ପୂର୍ବ ବିବାଦକୁ କେନ୍ଦ୍ର କରି ବ୍ରହ୍ମଗିରିରେ ନଶୀଭଅଁର ଗାଁରେ ଦୁଇଗୋଷ୍ଠୀ ମୁହାଁମୁହିଁ : ଉଭୟ ପକ୍ଷରୁ ୫୦ରୁ ଅଧିକ ବୋମାମାଡ; ଟେକାପଥର ମାଡରେ ୨ ଆହତ

148

କନକ ବ୍ୟୁରୋ : ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ନଶୀଭଅଁର ଗାଁରେ ପୂର୍ବ ବିବାଦକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ୫୦ରୁ ଅଧିକ ବୋମାମାଡ ହୋଇଛି । ବୋମାମାଡରେ ଦୁଇଜଣ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଟେକାପଥର ମାଡ ବି ହୋଇଥିଲା । ଖବର ପାଇଁ ପୁଲିସ ଉଭୟ ପକ୍ଷକୁ ବୁଝାସୁଝା କରି ଫେରିିଥିଲେ । ଖବର ଅନୁସାରେ, ଉଭୟ ପକ୍ଷ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା । ପରେ ଗାଁର ଜଣେ ବ୍ୟକ୍ତି ପଜିଟିଭ ଚିହ୍ନଟ ହେବା ପରେ ଏବି ବିବାଦ ଉଗ୍ରରୂପ ଧାରଣା କରିଥିଲା ।