କନକ ବ୍ୟୁରୋ : ଯୁଦ୍ଧ ଆଶଙ୍କା ଭିତରେ ଆଜି ୟୁକ୍ରେନରେ ହୋଇଛି ବିସ୍ଫୋରଣ । ପୂର୍ବ ୟୁକ୍ରେନର ଲୁହାନସ୍କରେ ବିସ୍ଫୋରଣ ହୋଇଛି । ଲୁହାନସ୍କର ଗ୍ୟାସ୍ ପାଇପ୍ ଲାଇନ୍ ନିକଟରେ ବିସ୍ଫୋରଣ ହୋଇଛି । ସେପଟେ ଯୁଦ୍ଧ ନେଇ ଆଶଙ୍କା ପ୍ରକାଶ କରିଛି ଆମେରିକା । ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ୟୁକ୍ରେନ୍ ଉପରେ ଆକ୍ରାମଣ ପାଇଁ ମନ ସ୍ଥିର କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ରୁଷ ସେନା ପ୍ରତ୍ୟାହାର କରିବା ପରିବର୍ତ୍ତେ ୟୁକ୍ରେନ୍ ସୀମା ଆଡକୁ ପଠାଉଛନ୍ତି ।

Advertisment

ବାଇଡେନଙ୍କ ଏହି ଟିପ୍ପଣୀକୁ ବେଶ୍ ଗୁରୁତର ସହ ନିଆଯାଉଛି । ଏହାରି ଭିତରେ ୟୁକ୍ରେନ୍ ସୀମାରେ ଆଟାକ୍ ପଜିସନ୍ରେ ରହିଛନ୍ତି ରୁଷର ୪୦ରୁ ୫୦ ଜଣ ସୈନିକ । ରୁଷ ୟୁକ୍ରେନ୍ ସୀମାରେ ସୈନ୍ୟ ସଂଖ୍ୟା ବଢାଇ ଚାଲିଛି ବୋଲି ଆମେରିକା ଲାଗତର ଦାବି କରି ଆସୁଛି । ୟୁକ୍ରେନ୍ ନିକଟରେ ରୁଷ ପ୍ରାୟ ୧ ଲକ୍ଷ ୯୦ ହଜାର ସୈନ୍ୟ ମୁତୟନ କରିଛି ବୋଲି କୁହାଯାଉଛି । ଗତ ଜାନୁଆରୀରେ ଏହି ସଂଖ୍ୟା ଥିଲା ୧ ଲକ୍ଷ । ୟୁକ୍ରେନ୍ ସଂକଟ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କାନାଡା, ୟୁରୋପ ଓ ନାଟୋର ବିଭିନ୍ନ ନେତାଙ୍କ ସହ ବୈଠକ କରିବେ ।