ଆଇପିଏଲରୁ ଓହରିଲେ ଇଂଲଣ୍ଡର ଦୁଇ ଖେଳାଳୀ । କିଛି ଏମିତି ରଖିଲେ କାରଣ?

1,168

କନକ ବ୍ୟୁରୋ : ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ ଆଇପିଏଲର ବଳକା ମ୍ୟାଚ୍ । ପଞ୍ଚମ ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା ପରେ ଭାରତୀୟ ଟିମର ଖେଳାଳୀ ମାନେ ମଧ୍ୟ ମାଞ୍ଚେଷ୍ଟରରୁ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ଏସବୁ ଭିତରେ ପଞ୍ଜାବ କିଙ୍ଗସ ଓ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଛି ବଡ ଝଟକା । ଇଂଲଣ୍ଡର ଦୁଇ ଖେଳାଳୀ ଆଇପିଏଲରୁ ଓହରିବା ପରେ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦର ଚିନ୍ତା ବଢିଛି । ପଞ୍ଜାବ ପକ୍ଷରୁ ଖେଳୁଥିବା ବିଶ୍ୱର ଏକ ନମ୍ବର ଟି-୨୦ ବ୍ୟାଟସମ୍ୟାନ ଡେଭିଡ ମଲାନ ଆଇପିଏଲରୁ ଓହରିଥିବା ବେଳେ ଜନି ବେୟାରଷ୍ଟୋ ଆଇପିଏଲରୁ ଓହରି ସନରାଇଜର୍ସ ହାଇଦ୍ରାବାଦକୁ ଝଟକା ଦେଇଛନ୍ତି । ଡେଭିଡ ମଲାନ ଆଇପିଏଲରୁ ଓହରିଥିବା ନେଇ ପଞ୍ଜାବ ସ୍ପଷ୍ଟ କରିଛି ।

ଡେଭିଡ ମଲାନଙ୍କ ସ୍ଥାନରେ ପଞ୍ଜାବ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ ମକରମଙ୍କୁ ଟିମରେ ସାମିଲ କରିଛି । ଆଗକୁ ଆସେସ ଓ ଟି-୨୦ ବିଶ୍ୱକପ ରହିଛି ତେଣୁ ପରିବାରକୁ ସମୟ ଦେବାକୁ ଡେଭିଡ ମଲାନ ଆଇପିଏଲରୁ ଓହରିବା ଭଳି  ନିଷ୍ପତ୍ତି ନେଇଥିବା କହିଛି ପଞ୍ଜାବ ଟିମ୍ । ସେହିଭଳି ଜନି ବାୟୋରଷ୍ଟୋ ମଧ୍ୟ ସମାନ କାରଣ ଦର୍ଶାଇ ଆଇପିଏଲରୁ ଓହରିଥିବା ସୂଚନା ମିଳିଛି । ବାୟୋରଷ୍ଟୋଙ୍କ ସ୍ଥ୍ାନରେ ଖୁବଶୀଘ୍ର ଜଣେ ଖେଳାଳୀଙ୍କୁ ଦଳରେ ସାମିଲ କରାଯାଇପାରେ ବୋଲି ସୂଚନା ମିଳିଛି ।

ଏହାପୂର୍ବରୁ ପଞ୍ଜାବ କିଙ୍ଗସର ରିଲେ ମେରିଡିଥ ଓ ଜାୟ ରିଚାର୍ଡସନ ମଧ୍ୟ ଆଇପିଏଲରୁ ଓହରିଥିଲେ, ତାଙ୍କ ସ୍ଥାନରେ ନାଥାନ୍ ଇଲିସି ଓ ଆଦିଲ ରସିଦଙ୍କୁ ଦଳରେ ସାମିଲ କରାଯାଇଛି । ସେହିଭଳି କୋଲକାତା ମଧ୍ୟ ପାଟ କମିନ୍ସଙ୍କ ସ୍ଥାନରେ ଟିମ୍ ସାଉଦିଙ୍କୁ ଦଳରେ ସାମିଲ କରିଛି । ଅନ୍ୟପଟେ ବାଙ୍ଗାଲୋର ଆଦାମ ଜାମ୍ପାଙ୍କ ସ୍ଥାନରେ ହସରଙ୍ଗାଙ୍କୁ ଦଳରେ ସାମିଲ କରିଛି । ଆଇପିଏଲ ୧୪ତମ ସଂସ୍କରଣ ଚଳିତବର୍ଷ ଭାରତରେ ଖେଳାଯାଇଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟ ଶେଷ ହେବା ର୍ପୂବରୁ କରୋନା କାଳ ସାଜିଥିଲା । ଯେଉଁଥିପାଇଁ ଆଇପିଏଲକୁ ଅଧାରୁ ବାତିଲ କରାଯାଇଥିଲା । କିନ୍ତୁ ଆସନ୍ତା ୧୯ ତାରିଖରୁ ଆଇପିଏଲର ବଳକା ମ୍ୟାଚ୍ ଖେଳାଯିବ । ଆଉ ଦୁବାଇରେ ହାଇଭୋଲଟେଜ ମୁକାବିଲାରେ ଚେନ୍ନାଇକୁ ଭେଟିବ ମୁମ୍ବାଇ ।