କନକ ବ୍ୟୁରୋ: ଜୀବନ କୋଳାହଳ, ମୃତ୍ୟୁ ନିରବ । ସତରେ ଜୀବନ ଜିଇଁବା ପାଇଁ କେତେ ଛଟପଟ ହୋଇଥିବା ଏହି ମଣିଷ ଶେଷରେ ଆଖି ବୁଜି ଦେଇଛି, ସବୁ ଦିନ ପାଇଁ ନିରବୀ ଯାଇଛି । ଆଉ ନିରବୀ ଯାଇଥିବା ମଣିଷ ପାଖରେ ଠିଆ ହେବା ପାଇଁ କେହି ନାହାଁନ୍ତି । ନା’ ଆତ୍ମୀୟ ସ୍ୱଜନ ନା’ ପାଖ ପଡ଼ୋଶୀ । ଜୀବନ ଯାକ ପରିବାର ଲୋକଙ୍କ ବୋଝ ଉଠାଇଥିବା ବୃଦ୍ଧକୁ ଶେଷରେ କାନେ୍ଧଇବାକୁ ପରିବାର ଲୋକଙ୍କ କାନ୍ଧ ବି ମିଳିନି । ଆଉ ଶଗଡ଼ରେ ଶ୍ମଶାନକୁ ଯାଇଛି ଶବ ।
କରୋନାର ଏହି କରୁଣ କାହାଣୀ ଆସିଛି ଦେବଗଡ଼ ଜିଲ୍ଲାରୁ । କରୋନାରେ ଆକ୍ରାନ୍ତ ହେବା ପରେ ସୁଗୁଡା ଗାଁର ଚନ୍ଦ୍ର ଶେଖର ସାହୁଙ୍କ ମୃତ୍ୟୁ ହୋଇଥିଲା । ସଂକ୍ରମଣ ଭୟରେ ଗାଁ ଲୋକ ପାଖ ମାଡିଲେନି । ଶେଷରେ ପୌର ପ୍ରଶାସନର ୪ ଜଣ ସଫେଇ କର୍ମଚାରୀ ଆସି, ତାଙ୍କୁ ଏକ ଖୋଲା ଶଗଡ ଗାଡିରେ ଶ୍ମଶାନକୁ ନେଇଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପଟେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଭାଲୁଡୁଙ୍ଗୁରି ଗାଁରେ ବାପାର ଶବକୁ ସାଇକେଲରେ ବୋହିଛି ପୁଅ । କରୋନା ଭୟରେ ବନ୍ଧୁ, ସାହି ପଡିଶା ଶବକୁ କାନ୍ଧ ଦେବା ପାଇଁ ଆସିଲେ ନାହିଁ । ଶେଷରେ ବାଧ୍ୟହୋଇ ପୁଅ, ବାପାର ଶବକୁ ସାଇକେଲରେ ବୋହି ନେଇ ସକ୍ରାର କରିଛି । ଯାହା ରାଜ୍ୟରେ ଏବେ ଚର୍ଚ୍ଚାର କାରଣ ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/OTS-3-2.png)