କେନ୍ଦୁଝରରୁ ୨ ହାତୀ ଦାନ୍ତ ଓ ବାଘ ଛାଲ ଜବତ : ଗ୍ରାହକ ବେଶରେ ଯାଇ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଂଚ ଏସଟିଏଫ

 ହାତୀ ଦାନ୍ତ ଓ ବାଘ ଛାଲ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ଧରିଲା ଏସଟିଏଫ୍ 

113

କନକ ବ୍ୟୁରୋ : କ୍ରାଇମବ୍ରାଂଚ ଏସଟିଏଫ୍ ହାତରେ ଧରାପଡିଛନ୍ତି ବନ୍ୟପ୍ରାଣୀ ଜନ୍ତୁଙ୍କ ସାମଗ୍ରୀ ବିକ୍ରି କରୁଥିବା ଦଲାଲ । କେନ୍ଦୁଝର ଆରଟିଓ ଅଫିସ ନିକଟରେ ହାତୀ ଦାନ୍ତ ଓ ବାଘ ଛାଲ ବିକ୍ରି କରିବାକୁ ଦଲାଲ କରୁଥିଲେ ମୂଲଚାଲ । ଏତିକି ବେଳେ ଗ୍ରାହକ ବେଶରେ ପହଁଚିଥିଲା କ୍ରାଇମବ୍ରାଂଚ ଏସଟିଏଫ୍ ଟିମ୍ । ପୁରା ମୂଲଚାଲ କରିବା ପରେ କ୍ରାଇମବ୍ରାଂଚ ଏସଟିଏଫ୍ ୨ଟି ହାତୀ ଦାନ୍ତ ଓ ବାଘ ଛାଲ ଜବତ କରିଥିଲା । ଏହି ବନ୍ୟଜନ୍ତୁ ସାମଗ୍ରୀ ବିକ୍ରି କରୁଥିବା ୩ ଦଲାଲଙ୍କୁ ଗିରଫ କରିଛି ଏସଟିଏଫ୍ ।

ଏହା ପଛରେ କୌଣସି ରାକେଟ୍ କାମ କରୁଥିବା ସନ୍ଦେହ କରାଯାଉଛି । କୋର୍ଟ ଚାଲାଣ କରିବା ପରେ ଦଲାଲଙ୍କୁ ରିମାଣ୍ଡରେ ଆଣି ବନ୍ୟଜନ୍ତୁ ସାମଗ୍ରୀ ଚାଲାଣ ପଛରେ ଥିବା ରାକେଟ୍ ସମ୍ପର୍କରେ ଅଧିକ ଖୋଳତାଡ କରିବ କ୍ରାଇମବ୍ରାଂଚ ଏସଟିଏଫ୍ । ଜବତ ହୋଇଥିବା ବାଘ ଛାଲ ଓ ହାତୀ ଦାନ୍ତକୁ ଅଧିକ ତଦନ୍ତ ପାଇଁ ପ୍ରଥମେ ଲାବରେଟରୀକୁ ପରୀକ୍ଷା ପାଇଁ ପଠାଯିବ । କେଉଁଠାରୁ ଏହି ବନ୍ୟଜନ୍ତୁ ସାମଗ୍ରୀ ଆସିଲା ସେ ନେଇ ତଥ୍ୟ ବାହାର କରିବାକୁ ଦଲାଲଙ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ଦେଇଛି ଏସଟିଏଫ୍ ।