କନକ ବ୍ୟୁରୋ: ଧରାପଡ଼ିଲେ ଦୁଇ ନକଲି ନକ୍ସଲ । ସୂଚନା ମୁତାବକ ମାଲକାନଗିରି ପୁଲିସ  ଦୁଇଜଣ ନକଲି ନକ୍ସଲଙ୍କୁ ଗିରଫ କରିଛି। ଦୁଇ ନକଲି ନକ୍ସଲଙ୍କ ନାମ କେଶବ ଖିଲ ଓ ରାମଚନ୍ଦ୍ର ମାଝୀ ବୋଲି ଜଣାପଡ଼ିଛି । ତେବେ କେଶବ ଖିଲ ଓ ରାମଚନ୍ଦ୍ର ମାଝୀ ନକଲି ନକ୍ସଲ ସାଜି ମୋଟୁ ତହସିଲରେ କାର୍ଯ୍ୟରତ ସୁପରଭାଇଜର ଚିହ୍ନା ରାଓଙ୍କୁ ନକ୍ସଲ ନାମରେ ୫ଲକ୍ଷ ଟଙ୍କା ଧମକ ଦେଇ ମାଗିଥିଲେ। ଚିନ୍ନା ରାଓ ଏନେଇ ମାଲାକନଗିରି ଥାନାରେ ଏତଲା ଦେଇଥିଲେ।

Advertisment

publive-image

ଏହାପରେ ମାଲାକନଗିରି ଆଇଆଇସି ସୌମେନ୍ଦୁ ଶେଖର ଦାସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ପରେ ପରେ ଫିଲ୍ମ ଷ୍ଟାଇଲ୍ରେ ଫୋନ୍ ଟ୍ରାକିଂ କରି ଆଦିବାସୀ କୁଲି ଓ ଚାଷୀ ବେଶରେ ଯାଇ ଟଙ୍କା ନେବାକୁ କହିଥିବା ସ୍ଥାନରେ ଛପି ରହିଥିଲା ଏହି ସ୍ୱତନ୍ତ୍ର ଟିମ୍ । କିଛି ସମୟରେ ସେହି ସ୍ଥାନକୁ ଦୁଇ ନକଲି ନକ୍ସଲ ଆସି ପହଞ୍ଚିଥିଲେ । ଏହାପରେ ପୂର୍ବରୁ ଲୁଚି ରହିଥିବା ପୁଲିସ ଟିମ୍ ନକଲି ନକ୍ସଲକୁ କାବୁ କରି ଗିରଫ କରିଥିଲେ। ତେବେ କେଶବ ଖିଲ ହେଉଛନ୍ତି ଚିତ୍ରକୋଣ୍ଡା ତହସିଲ କାର୍ଯ୍ୟାଳୟର କନିଷ୍ଠ କିରାଣି ।