କନକ ବ୍ୟୁରୋ : ସମସ୍ତ ନାଗରିକଙ୍କୁ ଟିକାଦେବା ପ୍ରୟାସ ଭିତରେ ତାମିଲନାଡୁର ନିଳଗିର ଜିଲ୍ଲା ତରଫରୁ ଏକ ଅଜବ ନିୟମ ଲାଗୁ କରାଯାଇଛି । ନିୟମ ମୁତାବକ ଯେଉଁ ଲୋକମାନେ କରୋନା ଟିକାର ଉଭୟ ଡୋଜ ନେଇ ନାହାନ୍ତି ସେମାନଙ୍କୁ ସରକାରୀ ମଦ ଦୋକାନରେ ମଦ ମିଳିବ ନାହିଁ । ଅର୍ଥାତ କରୋନା ଟିକାର ଉଭୟ ଡୋଜ ନେଇଥିବା ଲୋକମାନଙ୍କୁ କେବଳ ସରକାରୀ ମଦ ଦୋକାନରେ ମଦ ମିଳିବ । ଜିଲ୍ଲାପାଳ ଉଦ୍ଧଗମଣ୍ଡଲମ୍ ଗୁରୁବାର ଦିନ ଜିଲ୍ଲାରେ ଏହି ନିୟମ ଲାଗୁ କରିବା ସହ ଏହା ଲୋକଙ୍କୁ ଟିକା ଲଗାଇବାକୁ ବାଧ୍ୟ କରିବ ବୋଲି କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ କହିଛନ୍ତି ଯେ, ଜିଲ୍ଲାରେ ପାଖା ପାଖି ୯୭ ପ୍ରତିଶତ ଲୋକ ଟିକାର ଗୋଟିଏ କିମ୍ବା ୨ ଟି ଡୋଜ ନେଇ ସାରିଛନ୍ତି । ପ୍ରଶାସନ ଚାହୁଁଛି କି ଯେଉଁମାନେ ଦ୍ୱିତୀୟ ଡୋଜ କିମ୍ବା ପ୍ରଥମ ଡୋଜ ନେଇ ନାହାନ୍ତି ସେମାନେ ଟିକା ନେବାକୁ ଟିକା କେନ୍ଦ୍ରକୁ ଆସନ୍ତୁ । କହିରଖୁ କି ତାମିଲନାଡୁର ନିଳଗିର ଜିଲ୍ଲାରେ ଥିବା ସରକାରୀ ମଦ ଦୋକାନରୁ ଏବେ ମଦ କିଣିବାକୁ ହେଲେ ୨ ଟି ଡୋଜ ଟିକା ନେଇଥିବାର ପ୍ରମାଣପତ୍ର ସହ ଆଧାରକାର୍ଡ ବି ଦେଖାଇବାକୁ ହେବ ।
Tamil Nadu | Locals in Nilgiri dist to undergo mandatory COVID vaccination to buy alcohol
Some said they're unable to get jabbed due to alcohol consumption. Now, to buy alcohol, they'll have to show proof of vaccination: J Innocent Divya, Dist Collector, Udhagamandalam (02.09) pic.twitter.com/AkzSciOuwF
— ANI (@ANI) September 3, 2021
କହିରଖୁ କି ଦେଶରେ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଂଟା ମଧ୍ୟରେ ଦେଶରେ ୪୭,୦୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୨୮,୫୭,୯୩୭ କୁ ବୃଦ୍ଧି ପାଇଛି । ଅନ୍ୟପଟେ ସମାନ ସମୟରେ କରୋନା ସଂକ୍ରମଣରେ ଦେଶରେ ୫୦୯ ଜଣଙ୍କ ଜୀବନ ଯାଇଛି ।