କନକ ବ୍ୟୁରୋ: ଆରଜି କର ହସ୍ପିଟାଲ ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ସମ୍ପର୍କରେ ଭୁଲ୍ ତଥ୍ୟ ଅଭିଯୋଗ। ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରୟଙ୍କୁ କୋଲକାତା ପୁଲିସ ସମନ କରିଛି। ଆଜି ଅପରାହ୍ନ ୪ଟାରେ ପୁଲିସ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ ଦାୟିତ୍ୱ କୋଲକାତା ପୁଲିସ ହାତରୁ ନେଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ । ଟୁଇଟ୍ କରି ସୁଖେନ୍ଦୁ ରୟ କଡା ପ୍ରତିକ୍ରିୟା ରଖିଛନ୍ତି। ସିବିଆଇ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଦରକାର। କିଏ ଓ କାହିଁକି ଆତ୍ମହତ୍ୟାର କାହାଣୀ ରଚିଛି ତାହା ଜାଣିବା ପାଇଁ ପୂର୍ବତନ ପ୍ରିନ୍ସିପାଲ ଓ ପୋଲିସ କମିଶନରଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିବା ଜରୁରୀ ବୋଲି ସୁଖେନ୍ଦୁ କହିଥିଲେ।
ସେହିପରି ରବିବାର ଦୁଇ ଜଣ ପ୍ରମୁଖ ଡାକ୍ତର ଏବଂ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ସମନ କରିଛି ପୋଲିସ। ଡାକ୍ତର କୁନାଲ ସରକାର, ଡାକ୍ତର ସୁବର୍ଣ୍ଣା ଗୋସ୍ୱାମୀ ଏବଂ ବିଜେପି ନେତା ତଥା ପୂର୍ବତନ ସାଂସଦ ଲକେଟ୍ ଚାଟାର୍ଜୀଙ୍କୁ ନୋଟିସ କରିଛି କୋଲକାତା ପୋଲିସ। ଆଜି ଅପରାହ୍ନ ୩ଟା ସୁଦ୍ଧା ଲାଲବଜାରସ୍ଥିତ ପୁଲିସ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି। ଏହି ମାମଲା ସିବିଆଇ ହାତକୁ ଯାଇଛି। ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏହାରି ଭିତରେ କୋଲକାତା ପୋଲିସ ବିଜେପି ନେତା ଏବଂ ଦୁଇ ଡାକ୍ତରଙ୍କୁ ନୋଟିସ୍ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/15-18.jpg)