କନକ ବ୍ୟୁରୋ : ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁରୁତରଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଆଳିଲଟି ପଞ୍ଚାୟତ ବେତାରସିଂ ଗାଁରେ ଏହି ଘଟଣା ଘଟିଛି ।  ମୃତକମାନେ ହେଲେ ବେତାରସିଂ ଗ୍ରାମର ଗଣେଶ ନାୟକ  ଓ ଅମ୍ବିକା ନାୟକ ।  ସେହିପରି ଝୁମୁରି ନାୟକ ଗୁରୁତର ଭାବେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Advertisment

ବେତାର ସିଂ ଗ୍ରାମରେ ଏକ ବାହାଘର ଭୋଜି ଚାଲିଥିବା ବେଳେ ରାତିରେ ଗ୍ରାମରେ ବିଦ୍ୟୁତ ନଥିବା ହେତୁ ଜେନେରେଟର ଲଗାଇ ନାଚଗୀତ କରୁଥିଲେ । ତେବେ ରାତି ସମୟରେ ଏକ ଶୋଇଥିବା ଘରେ ଜେନେରେଟରକୁ ଲଗାଇ ରଖିବା ଦ୍ୱାରା ଧୂଆଁରେ ଶ୍ଵାସରୁଦ୍ଧ ହୋଇ ଏଭଳି ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଚନ୍ଦ୍ରଗିରି ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।