କନକ ବ୍ୟୁରୋ: ଛତିଶଗଡ ରାଜଧାନୀ ରାୟପୁରରୁ ଏକ ଛାତିଥରା ଭିଡିଓ ଏବେ ଭାଇରାଲ ହେଉଛି । ଏକ ଗ୍ୟାରେଜରେ ଜେସିବି ଚକାରେ ପମ୍ପ ଦେଉଥିବାବେଳେ ବିସ୍ଫୋରଣ ଘଟି ୨ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଟାୟାର ଉପରେ ବସିଥିବା ଯୁବକ ବିସ୍ଫୋରଣରେ ପ୍ରାୟ ୨୦ ଫୁଟ ଉଚ୍ଚକୁ ଉଠିଯାଇଥିଲେ । ତାଙ୍କ ଶରୀରର ଅଂଶ ବିଶେଷ ଏତେତେଣେ ଛିଟିକି ପଡିଥିଲା । ଗ୍ୟାରେଜରେ ଲାଗିଥିବା ସିସିଟିଭିରେ ପୁରା ଘଟଣାର ଭିଡିଓ କଏଦ ହୋଇଥିଲା ।

Advertisment

ରାୟପୁରର ସଫଲତା ଫେଜ୍-୨ରେ ଜେସିବି ଟାୟାରରେ ପମ୍ପ ଦେବା ସମୟରେ ଏଭଳି ଘଟଣା ଘଟିଥିଲା । । ମୃତକ ଦୁଇ ଯୁବକ ହେଉଛନ୍ତି ରାଜପାଲ ସିଂହ ଓ ପ୍ରାଞ୍ଜନ ନାମଦେବ । ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଛି । ଦୁଇ ଜଣ ମଧ୍ୟ ପ୍ରଦେଶର ବାସିନ୍ଦା । ସେମାନେ ରାୟପୁରର ଏକ ଗ୍ୟାରେଜରେ ରହି କାମ କରୁଥିଲେ ।

ଜେସିବି ଟାୟରରେ ପ୍ରେସର ଦେଉଥିବା ବ୍ୟକ୍ତି ପ୍ରେସର ଚେକ କରିବାକୁ ଅନ୍ୟ ଜଣଙ୍କୁ ଡାକିଥିଲେ । ଅନ୍ୟ ଜଣକ ଏକ ଲୁହା ଛଡ ଧରି ଟାୟରକୁ ବାଡେଇ ପ୍ରେସର ଚେକ୍ କରୁଥିଲେ । ଏହି ସମୟରେ ହଠାତ୍ ଟାୟର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଦୁଇଜଣଯାକ ଉପରକୁ ଉଠିଯାଇ ଛିଟିକି ହୋଇପଡିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ହୋଇଥିଲା ।