କନକ ବ୍ୟୁରୋ : ବିମାନରେ ମହିଳା ଏୟାର ହଷ୍ଟେସଙ୍କୁ ଦୁର୍ବ୍ୟବହାର । ଦିଲ୍ଲୀରୁ ହାଇଦ୍ରାବାଦ ଯାଉଥିବା ସ୍ପାଇସଜେଟ୍ ବିମାନରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଅସିଛି । ବିମାନରେ ଜଣେ ମହିଳା କ୍ୟାବିନ୍ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଯାତ୍ରୀ ଜଣଙ୍କ ହେଉଛନ୍ତି ଅବସର ଆଲାମ ।

Advertisment

ସୂଚନା ଅନୁସାରେ ବୋର୍ଡ଼ିଂ ସମୟରେ ଗତକାଲି ଜଣେ ଯାତ୍ରୀ କ୍ୟାବିନ କର୍ମଚାରୀଙ୍କୁ ଅଶୋଭନୀୟ ଆଚରଣ ଦେଖାଇଥିଲେ । ଫଳରେ କ୍ୟାବିନ କର୍ମଚାରୀ ଜଣଙ୍କ କାନ୍ଦି ପକାଇଥିଲେ । ଏହି କାରଣ ପାଇଁ ସମ୍ପୃକ୍ତ ଯାତ୍ରୀ ଏବଂ ତାଙ୍କର ଅନ୍ୟ ଜଣେ ସହଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇ ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା । ସେହି ସମୟର ଏକ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । ଭିଡ଼ିଓରେ ଯାତ୍ରୀ ଜଣକ ବ୍ୟାବିନ କର୍ମଚାରୀଙ୍କ ଉପରେ ବଡ଼ ପାଟିରେ ଚିଲଉଥିବାର ଦେଖିବାକୁ ମିଳିଛି ।