ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ : ଆଉ ୨ଦିନ ପ୍ରବଳ ବର୍ଷା ନେଇ ପୂର୍ବନୁମାନ

225

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରିୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଦକ୍ଷିଣ ଓଡିଶାରେ ବର୍ଷା ହୋଇଛି । ଲଘୁଚାପ ପଶ୍ଚିମ- ଉତର ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତର ଆନ୍ଧ୍ର ଉପକୂଳ ହେବାର ସମ୍ଭାବନା ରହିଛି । ଗତକାଲିଠାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଆହୁରି ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ ।

ତେବେ ପୂର୍ବରୁ ଯେଉଁ ବାତ୍ୟା ଆଶଙ୍କା କରାଯାଉଥିଲା ତାହାକୁ ଗତକାଲି ଖଣ୍ଡନ କରିଛନ୍ତି ଆଇଏମଡି ଡିଜି । ସେ କହିଥିଲେ, ବାତ୍ୟାର ପୂର୍ବାନୁମାନ ନାହିଁ ବୋଲି ଆଇଏମଡି ପୂର୍ବରୁ କହିଛି । କେବଳ ଲଘୁଚାପ ନେଇ ପୂର୍ବାନୁମାନ କରିଥିଲୁ । ଲଘୁଚାପ ପ୍ରଭାବରେ ରାଜ୍ୟରେ ୩ଦିନ ବର୍ଷା ଲାଗିରହିବ । ୧୪, ୧୫ ଓ ୧୬ ତାରିଖ ଓଡିଶାରେ ବର୍ଷା ଲାଗି ରହିବ । ପ୍ରଥମେ ଉପକୂଳ ଏବଂ ପରେ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ । ଅଳ୍ପ କେତେକ ସ୍ଥାନରେ ବଡ ବର୍ଷାର ସମ୍ଭାବନା ରହିଛି । ଏନେଇ ଡରିବାର କୌଣସି କଥା ନାହିଁ ।