ଆମେରିକାରେ ଅବସ୍ଥାପିତ ପ୍ରବାସୀଙ୍କ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ । ଅନଲାଇନ୍ ମାଧ୍ୟମରେ ଦୁଇ ଦିନ ଧରି ଚାଲିଥିଲା ଆଧ୍ୟାତ୍ମିକ ସମ୍ମିଳନୀ

92

କନକ ବ୍ୟୁରୋ : ଆମେରିକାରେ ଅବସ୍ଥାପିତ ପ୍ରବାସୀ ଓଡ଼ିଆ ତଥା ଆମେରିକା ଓଡ଼ିଆ ସାମାଜ ପକ୍ଷରୁ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଆଧ୍ୟାତ୍ମିକ ସମ୍ମିଳନୀରେ ପ୍ରମୁଖ ଆଧ୍ୟାତ୍ମିକ ଗୁରୁଙ୍କ ସମେତ ଏକାଧିକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ । ଅନଲାଇନ ମାଧ୍ୟମରେ ହୋଇଥିବା ଏହି ଆଧ୍ୟାତ୍ମିକ ସମ୍ମିଳନୀ ଦୁଇ ଦିନ ଧରି ଚାଲିଥିଲା । ପ୍ରଥମ ଦିନରେ ତିନି ପ୍ରମୁଖ ଆଧ୍ୟାତ୍ମିକ ଗୁରୁ ତିନିଟି ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ ।

ପ୍ରଥମେ ନ୍ୟୁୟର୍କ ବେଦାନ୍ତ ସମାଜର ସ୍ୱାମୀ ସର୍ବପ୍ରିୟନନ୍ଦ ଆଧ୍ୟାତ୍ମିକର ବିଜ୍ଞାନ ଉପରେ ଆଲୋକପାତ କରିଥିଲେ । ସେହିପରି ପଲିଆଲାର ସ୍ୱାମୀ ମହାଦେବାନନ୍ଦ ସରସ୍ୱତୀ ଆଧ୍ୟାତ୍ମିକ ସାଧନା ଉପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ରିଷିକେଷ ଡିଭାଇନ୍ ସୋସାଇଟିର ସ୍ୱାମି ସଚିତାନନ୍ଦ ସରସ୍ୱତୀ, ଆଧ୍ୟାତ୍ମିକତା କାହିଁକ, କେତେବେଳେ ଓ କେମିତି ଆବଶ୍ୟକ ସେ ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ସେହିପରି ଦ୍ୱିତୀୟ ଦିନରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଆଧ୍ୟାତ୍ମିକତାର ଶିକ୍ଷା ଉପରେ ବିସଦ ଭାବେ ଯୁକ୍ତିସଂଗତ ତଥ୍ୟ ଓ ସୂଚନା ପ୍ରଦାନ କରିଥିଲେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।