ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ : ୨ ଗୁରୁତର

54

କନକ ବ୍ୟୁରୋ: ଯାଜପୁର ବରି ମାଳଦା ଗାଁରେ ଅଘଟଣ । ବାଣ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ହୋଇଛନ୍ତି । ତେବେ ବାଣ ଭିଡୁଥିବା ସମୟରେ ଏହି ବିସ୍ଫୋରଣ ହୋଇଛି । ଗୁରୁତରଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଯାଜପୁର ଜିଲ୍ଲା ବରି ଥାନା ଅନ୍ତର୍ଗତ କିମ୍ଭିରିଆପାଳ ପଞ୍ଚାୟତର ମୁସଲିମ ସାହିରେ ଆଜି ସକାଳେ ବାଣ ଭିଡ଼ା ଯାଉଥିବା ବେଳେ ହଠାତ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ସେକ୍ ମତୁଆଲ୍ଲୀ ନାମକ ଜଣେ ବ୍ୟକ୍ତିଙ୍କ ପାଦ ଛିଡ଼ିଯାଇଛି ।