ଚାଉଳିଆଗଞ୍ଜ ପୁଲିସକୁ ବଡ଼ ସଫଳତା : ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ

51

କନକ ବ୍ୟୁରୋ : ଚାଉଳିଆଗଞ୍ଜ ପୁଲିସକୁ ବଡ଼ ସଫଳତା । ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ । ଦିପୁ ଓରଫ ଅଜିତ୍ ରାୟର ଘର ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ହୋଇଥିବା ବେଳେ ପପୁ ଓରଫ ଅଜୟ ମହାରଣା ଗଞ୍ଜାମର । ବନ୍ଧୁକ ବ୍ୟବସାୟ ମାମଲାରେ ଆଜି ଉଭୟଙ୍କୁ ବିଦ୍ୟାଧରପୁର ଗିରଫ କଲା ପୁଲିସ । ଏହାସହ ୬ଟି ବନ୍ଧୁକ , ଅନେକ ଅଫୁଟା ଗୁଳି, ମୋବାଇଲ ଓ ଦାମୀ କାର ମଧ୍ୟ ଜବତ କରିଛି ପୁଲିସ ।

ବିଗତ ୧୦ବର୍ଷ ଧରି ଏହି ୨ ଦୁର୍ଦ୍ଦାନ୍ତ ଅପରାଧୀ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି । ପପୁ ନାଁରେ ୧୧ଟି ମାମଲା ଯାଜପୁର, କଟକ, ଖୋର୍ଦ୍ଧାରେ ରହିଥିବା ବେଳେ ଦିପୁ ନାଁରେ ମଧ୍ୟ ୧୦ଟି ମାମଲା ରହିଛି କଟକ, କଟକ ରୁରାଲ, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରେ ରହିଛି ।

ତେବେ ଏହି ଦୁଇ ଅପରାଧୀଙ୍କୁ ଧରିବା କମିସନରେଟ ପୁଲିସ ପାଇଁ ଏକ ବଡ଼ ସଫଳତା । ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଜୋରଦାର କରି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରହିବ । ଏହାସହ ବିଗତ ୧୨ ଦିନ ଭିତରେ ଚାଉଳିଆଗଞ୍ଜ ପୁଲିସ ୧୩ଟି ବନ୍ଧୁକ ଜବତ କରିଛି ।