ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ଫଳ : ୭୪ ଦଶମିକ ୯୫ ପାସହାର । ପୂର୍ବବର୍ଷ ଅପେକ୍ଷା ବଢିଲା ପାସ ହାର । ଆଗରେ ଛାତ୍ରୀ , ୧୯ ହଜାର ୩୧୮ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ । ନୟାଗଡରୁ ସର୍ବାଧିକ, ଦେବଗଡରୁ ସର୍ବନିମ୍ନ ରେଜଲ୍ଟ 

125

କନକ ବ୍ୟୁରୋ : ପ୍ରକାଶ ପାଇଲା ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ । ଚଳିତ ବର୍ଷର ପାସ ହାର ରହିଛି ୭୪ ଦଶମିକ ୯୫ ପ୍ରତିଶତ । ପୂର୍ବବର୍ଷ ଅପେକ୍ଷା ପାସ ହାର ବଢିଛି । ଛାତ୍ରଙ୍କଠାରୁ ଆଗରେ ଅଛନ୍ତି ଛାତ୍ରୀ । ମୋଟ ୨୫ ହଜାର ୭୭୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଉତୀର୍ଣ୍ର ହୋଇଛନ୍ତି ୧୯ହଜାର ୩୧୮ ଜଣ । ୧୬ ହଜାର ୬୪୮ ଜଣ ଛାତ୍ର ପରୀକ୍ଷା ଦେଇଥିବା ବେଳେ ପାସ ହୋଇଛନ୍ତି ୧୨ହଜାର ୨୧୫ଜଣ । ସେହିପରି ୯ହଜାର ୧୨୪ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୭ହଜାର ୧୦୩ ଜଣ ।

ପ୍ରଥମ ଶ୍ରେଣୀରେ ୬ହଜାର ୬୧୦ ଜଣ ଉତୀର୍ଣ୍ଣ ହୋଇଥିବାବେଳେ ଦ୍ୱିତୀୟ ଶ୍ରେଣୀରେ ୪ହଜାର ୨୫୯ ଜଣ ଓ ତୃତୀୟ ଶ୍ରେଣୀରେ ୮ହଜାର ୩୬୧ ଜଣ ପାସ କରିଛନ୍ତି । ନୟାଗଡରେ ସର୍ବାଧିକ ପାସ ହାର ୮୮ଦଶମିକ ୭୦ ପ୍ରତିଶତ ଥିବାବେଳେ ଦେଓଗଡରେ ସର୍ବନିମ୍ନ ପାସହାର ୩୪ଦଶମିକ ୧୭ ରହିଛି । ୨୯ଟି କଲେଜରେ ଶତପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ୨ଟି କଲେଜରେ ରେଜଲ୍ଟ ଶୂନ ପ୍ରତିଶତ ରହିଛି ।