ଦୁଇରୁ ଅଧିକ ସନ୍ତାନ ହେଲେ ଆଉ ମିଳିବନି ସରକାରୀ ସୁବିଧା ! ନିର୍ବାଚନ ଲଢିବା ଉପରେ ବି ଲାଗିପାରେ ରୋକ୍ । ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

Advertisment
ଦୁଇରୁ ଅଧିକ ସନ୍ତାନ ହେଲେ ଆଉ ମିଳିବନି ସରକାରୀ ସୁବିଧା ! ନିର୍ବାଚନ ଲଢିବା ଉପରେ ବି ଲାଗିପାରେ ରୋକ୍ । ଜାଣନ୍ତୁ କେଉଁଠି ଲାଗୁ ହେଲା ଏହି ନିୟମ

କନକ ବ୍ୟୁରୋ: ଏଣିକି ଦୁଇରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ସୁବିଧା । ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ଏକ କଠୋର ନୀତି ଆଣିବାକୁ ଯାଉଛନ୍ତି ଉତରପ୍ରଦେଶ ସରକାର । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ୟୁପିରେ ଦୁଇରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ଆଉ କୌଣସି ବି ଜନକଲ୍ୟାଣକାରୀ ଯୋଜନାରେ ସାମିଲ କରାଯିବ ନାହିଁ । ଏପରିକି ଉକ୍ତ ବ୍ୟକ୍ତିଙ୍କୁ ପଂଚାୟତ ନିର୍ବାଚନ ଲଢିବାକୁ ବି ଅନୁମତି ଦିଆଯିବ ନାହିଁ । ତେବେ ଖୁବ୍ ଶୀଘ୍ର ଏହି ନୂଆ ଜନସଂଖ୍ୟା ନୀତି ରାଜ୍ୟରେ ଲାଗୁକରିବାକୁ ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାଥ ।

publive-image

ଏସଂକ୍ରାନ୍ତର ସ୍ୱାସ୍ଥ୍ୟ ମନ୍ତ୍ରୀ ଜୟ ପ୍ରତାପ ସିଂହ କହିଛନ୍ତି ଯେ, ବର୍ତମାନ ବିଭିନ୍ନ ରାଜ୍ୟମାନଙ୍କର ଜନସଂଖ୍ୟା ନୀତିର ଅଧ୍ୟୟନ କରାଯାଉଛି ଯେଉଁଥିରେ ଭାରତରେ ସବୁଠୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟଗୁଡିକୁ ସ୍ଥାନ ଦିଆଯାଇଛି । ସିଂହ କହିଛନ୍ତି କି , ଏହି ନୀତି ଉପରେ ଏବେ ଏକ ବିଶେଷଜ୍ଞ ଦଳ ସମୀକ୍ଷା କରୁଛନ୍ତି । ତେବେ ୟୁପିରେ ଜନସଂଖ୍ୟା ନୀତିକୁ ଶେଷ ଥର ପାଇଁ ୨୦୦୦ରେ ସଂଶୋଧନ କରାଯାଇଥିଲା ।

publive-image

ଅନ୍ୟପଟେ, ଏହି ଦଳରେ ସାମିଲ ହୋଇଥିବା ପରିବାର କଲ୍ୟାଣ ମହାନିର୍ଦ୍ଦେଶକଙ୍କ କଥାନୁସାରେ, ଅଧିକାଂଶ ରାଜ୍ୟମାନଙ୍କରେ ବିଶେଷ ରୂପରେ ରାଜସ୍ଥାନ ଏବଂ ମଧ୍ୟ ପ୍ରଦେଶ, ଯେଉଁଥିରେ ଖୁବ୍ କମ ଲୋକ ବାସକରୁଛନ୍ତି ସେମାନଙ୍କୁ ବି ଅଧିକ ସନ୍ତାନ ହେଲେ ସରକାରୀ ଯୋଜନାଗୁଡିକରୁ ବାଦ୍ ଦିଆଯାଉଛି । ଏହି ଦୁଇ ରାଜ୍ୟରେ ଯେଉଁମାନଙ୍କର ବି ଦୁଇରୁ ଅଧିକ ସନ୍ତାନ ରହିଛି , ସେମାନେ ପଂଚାୟତ ନିର୍ବାଚନ ଲଢିପାରିବେ ନାହିଁ । ତେବେ ନୂଆ ନୀତି ଅନୁସାରେ ଯେଉଁ ଲୋକଙ୍କର ଦୁଇରୁ ଅଧିକ ସନ୍ତାନ ଥିବେ ତାଙ୍କୁ କୌଣସି ବି ପ୍ରକାରରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ଲାଭ ମିଳିବ ନାହିଁ । ଆଉ ଏଭଳି ଏକ କଠୋର ନୀତିକୁ ଖୁବ ଶୀଘ୍ର ଉତରପ୍ରଦେଶରେ ଲାଗୁ କରିବାକୁ ଯାଉଛନ୍ତି ଯୋଗୀ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe