ଲୁଚକାଳି ଖେଳ ନେଇଗଲା ଦୁଇ ଶିଶୁଙ୍କ ଜୀବନ ! ସତର୍କ ରୁହନ୍ତୁ, ଆପଣଙ୍କ ପିଲାଙ୍କ ସହ ଘଟିପାରେ ଏଭଳି ଘଟଣା ।

21

ପିଲାଦିନେ ଆପଣ ସାଙ୍ଗ ମାନଙ୍କ ସହିତ ଲୁଚକାଳି ଖେଳ ଖେଳିଥିବେ । ଯେଉଁଥିରେ କୌତୁହଳ ଭରି ରହିଥାଏ । ସାଙ୍ଗମାନଙ୍କ ସହିତ ଲୁଚି ଛପି ଖେଳି ସମୟ କାଟି ଅନେକ ଆନନ୍ଦ ଊଲ୍ଲାସିତ ହୋଇଥିବେ । ପିଲାଦିନର ଏହିସବୁ ମୂହୁର୍ତ୍ତ ଆପଣଙ୍କର ମନେ ପଡିଲେ ମନ ଆନନ୍ଦିତ ହେଇଯାଉଥିବ । ହେଲେ ଏହି ଖେଳ କାହାର ଜୀବନ ନେଇଯିବ ଏହା ଆପଣ କାଁ ଭା ଶୁଣିଥିବେ । କିନ୍ତୁ ଲୁଚକାଳି ଖେଳରେ ଚାଲିଯାଇଛି ଦୁଇ ଶିଶୁଙ୍କ ଜୀବନ । ଉତ୍ତର ପ୍ରଦେଶର ବିଜନୌର ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ମୁତାବକ ବିଜନୌର ଜିଲ୍ଲା ପିଲାନା ଗାଁରେ ଦୁଇ ଜଣ ପିଲା ଲୁଚକାଳି ଖେଳିବା ସମୟରେ ପଡିଶାଘର ସିନ୍ଦୁକ ଭିତରେ ଯାଇ ଲୁଚି ପଡିଲେ, ହଠାତ୍ ସେହି ସିନ୍ଦୁକଟିର ଢ଼ିଙ୍କିଣି ଭୁଲବସତଃ ବାହାର ପଟୁ ବନ୍ଦ ହୋଇଯାଇଥିଲା । ପିଲାମାନେ ଘରେ ନ ପହଁଚିବାରୁ ପରିବାରଲୋକେ ବ୍ୟସ୍ତ ବିବ୍ରତ ହୋଇ ଖୋଜିବା ଆରମ୍ଭ କରିଥିଲେ । ବହୁତ ସମୟ ଖୋଜିବା ପରେ ପଡିଶା ଘର ସିନ୍ଦୁକ ଉପରେ ନଜର ପଡିଲା । ହେଲେ ସେତେବେଳକୁ ବହୁତ ଡେରି ହେଇଯାଇଥିଲା । ପିଲା ଦୁଇ ଜଣ ବେହୋସ ଅବସ୍ଥାରେ ପରିବାର ଲୋକଙ୍କୁ ମିଳିଥିଲେ, ଏବଂ ତୁରନ୍ତ ପିଲାଙ୍କୁ ଧରି ହସ୍ପିଟାଲ ଗଲାପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତ ଦୁଇ ଜଣ ଶିଶୁ ହେଉଛନ୍ତି ପିଲାନା ଗାଁର ବାସିନ୍ଦା ରାମବୀର ତ୍ୟାଗିଙ୍କ ପୁଅ ଅଥର୍ବ (ଛଅ ବର୍ଷ) ଓ ମହେନ୍ଦ୍ର ପ୍ରଜାପତିଙ୍କ ୩ବର୍ଷର ପୁଅ ମାନବ ପ୍ରଜାପତି । ଅଥର୍ବ ଓ ମହେନ୍ଦ୍ର ଦୁଇ ଜଣ ଗାୟତ୍ରୀ ବିଦ୍ୟା ମନ୍ଦିରରେ ପାଠ ପଢ଼ୁଥିଲେ । ଗାଁ ଲୋକଙ୍କ କହିବା ଅନୁଯାୟୀ ଦୁଇ ଜଣ, ଗାଁ ପିଲାଙ୍କ ସହିତ ଲୁଚକାଳି ଖେଳୁଥିବା ସମୟରେ ପଡିଶା ଘର ସିନ୍ଦୁକରେ ଲୁଚିଯାଇଥିଲେ । ଯାହାଫଳରେ ସିନ୍ଦୁକର ଢ଼ିଙ୍କିଣି ବାହାର ପଟୁ ବନ୍ଦ ହୋଇପଡିଥିଲା ତେଣୁ ସିନ୍ଦୁକ ଭିତରେ ହିଁ ଶ୍ୱାସରୁଦ୍ଧ ହୋଇପଡିଥିବା କାରଣରୁ ଦୁଇଜଣଙ୍କ ଜୀବନ ଚାଳିଗଲା ।