ଶୋଇଥିବା ବେଳେ ସାପ କାମୁଡ଼ାରେ ଭାଇ ଭଉଣୀ ମୃତ । ରାଜନଗରରୁ ଆସିଲା ହୃଦୟ ବିଦାରକ ଚିତ୍ର

317

କନକ ବ୍ୟୁରୋ : ଏମିତି ଆସେ ମୃତ୍ୟୁ । ଶୋଇଥିବା ବେଳେ ସାପ କାମୁଡ଼ାରେ ଚାଲିଗଲା ଭାଇଭଉଣୀଙ୍କ ଜୀବନ । କେନ୍ଦ୍ରାପଡ଼ା ଆଳି ଥାନା ଗୋବିନ୍ଦପୁର ଗାଁରୁ ଆସିଲା ହୃଦୟ ବିଦାରକ ଚିତ୍ର । ଅରୁଣ କୁମାର ଦାସଙ୍କ ୮ବର୍ଷର ପୁଅ ଅଭିଷେକ ଦାସ , ୩ବର୍ଷର ଝିଅ ଭୂମିକା ଦାସ ମଶାରୀ ଭିତରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପିଲାଙ୍କ କାନ୍ଦ ଶୁଣି ପରିବାର ଲୋକେ ଆସି ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ । ହେଲେ ସେଠାରେ ଦୁଇ ଭାଇଭଉଣୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ଏହି ଖବର ସମଗ୍ର ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି । ଦୁଇ ପିଲାଙ୍କୁ ହରାଇ ବାପା ମାଆଙ୍କ ଆଖିରେ ଆଉ ଲୁହ ରହୁନି । କେବଳ ବାପା ମାଆ ନୁହେଁ ପୂରା ପରିବାର ଦୁଇ ପିଲାଙ୍କୁ ହରାଇ ଭାଙ୍ଗିପଡିଛି । ସେପଟେ ଏହି ଘଟଣା ଘଟିବା ପରେ ଲୋକଙ୍କ ମଧ୍ୟରେ ଛନକା ଖେଳିଯାଇଛି । କାରଣ ଖରା ଦିନେ ପ୍ରାୟତଃ ଲୋକେ ମଶାରି ଟାଙ୍କି ତଳେ ଶୋଉଛନ୍ତି ।