କନକ ବ୍ୟୁରୋ : ଅଧା ରହିଗଲା ଜଗା ଦର୍ଶନ । ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । କଟକ କନ୍ଦରପୁର ଟୋଲ ଗେଟ୍ ନିକଟରେ ଘଟିଛି ଏହି ଦୁର୍ଘଟଣା । ଏକ ପଲସର ବାଇକରେ ଉଭୟ ତିର୍ତୋଲରୁ ପୁରୀ ଯାଉଥିବା ବେଳେ ଦୁର୍ଘଟଣାରେ ଶିକାର ହୋଇଥିଲେ । ମୃତକ ଦୁଇ ଜଣ ହେଲେ ଦିଲୁ ଦାସ, ଇସାନ ସାହୁ ।

Advertisment

ସୂଚନା ମୁତାବକ ଆଜି ସକାଳେ ୩ ଟି ବାଇକରେ ୬ ଜଣ ସାଙ୍ଗ ପୁରୀ ବାହାରିଥିଲେ । ସେମାନଙ୍କ ମଧ୍ୟରୁ ଏକ ପଲସର ବାଇକରେ ଦ୍ରୁତ ଗତିରେ ଆସୁଥିବା ଦୁଇ ଜଣ ଯୁବକ କନ୍ଦରପୁର ଟୋଲ ଗେଟ ନିକଟରେ ଥିବା ଏକ ସିମେଣ୍ଟ, ବାଲି, ଚିପସ୍ ଗୋଳାଇବା ପାଇଁ ମିକ୍ସଚର ମେସିନ୍ ସହ ଧକ୍କା ହୋଇଥିଲା । ଫଳରେ ବାଇଟରେ ଟାଙ୍କି ଫାଟି ନିଆଁ ଲାଗିଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ସେମାନଙ୍କ ଦେହରେ ଲାଗିଯାଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣା ସ୍ଥଳରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।