ହିଟ୍ ଆଣ୍ଡ ରନର ଦୁଇଟି ମାମଲା । ଗିରଫ ହେଲେ କନ୍ନଡ଼ ଅଭିନେତା । ଏପଟେ ଭୁବନେଶ୍ୱରରେ କିଲର ଚାଳକ ଫେରାର 

291

କନକ ବ୍ୟୁରୋ: ଶନିବାର ବେଙ୍ଗାଳୁରୁରେ କନ୍ନଡ ଅଭିନେତା ନାଗଭୂଷଣ ଏକ ଦମ୍ପତିଙ୍କ ଉପରେ କାର ମଡାଇ ଦେଇଥିବା ଅଭିଯୋଗ ହୋଇଛି । ରାତି ୯ଟା ୪୫ରେ ଏହି ଦମ୍ପତି ରାସ୍ତାରେ ଚାଲୁଥିବା ସମୟରେ ଦ୍ରୁତ ବେଗରେ ଆସି କାର ଚଢାଇ ଦେଇଥିଲେ ନାଗଭୂଷଣ । ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ପୁରୁଷ ଜଣକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବେଙ୍ଗାଳୁରୁର କୁମାରସ୍ୱାମୀ ଟ୍ରାଫିକ ଥାନାରେ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ତୁରନ୍ତ ଅଭିନେତା ନାଗଭୂଷଣଙ୍କୁ ଗିରଫ କରାଯାଇଥିଲା । ଅବଶ୍ୟ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । କିନ୍ତୁ ସମାନଧରଣର ଏକ ଘଟଣା ଭୁବନେଶ୍ୱରରେ ଘିଟିଥିଲେ ମଧ୍ୟ ୪ଦିନ ପରେ ବି କିଲର ଚାଳକଙ୍କ ପତ୍ତା ପାଉନି ପୋଲିସ ।

  • ହିଟ୍ ଆଣ୍ଡ ରନର ଦୁଇଟି ମାମଲା
  • ଗିରଫ ହେଲେ କନ୍ନଡ଼ ଅଭିନେତା
  • ଭୁବନେଶ୍ୱରରେ କିଲର ଚାଳକ ଫେରାର 

ଗତ ୨୯ ତାରିଖ ବିଳମ୍ବିତ ରାତିରେ ଫୁଟପାଥରେ ଶୋଇଥିଲେ ପିପିଲି ଭରସାପୁରର ଶ୍ରମିକ ଦୀନବନ୍ଧୁ ବରାଳ । ତାଙ୍କ ଉପରେ ଗାଡି ଚଢାଇ ଫେରାଇ ହୋଇଯାଇଛି କିଲର ଚାଳକ । ଏହି ଭୟଙ୍କର ଦୁର୍ଘଟଣାରେ ଅନ୍ୟ ୧୦ଜଣ ଶ୍ରମିକ ଅଳ୍ପକେ ବର୍ତି ଯାଇଥିବାବେଳେ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଥିଲା । ଏପଟେ ଭୁବନେଶ୍ୱର ରାଜମହଲ ଛକ ଦୁର୍ଘଟଣାର ୪ ଦିନ ପରେ ସ୍ୱାମୀଙ୍କ ମୃତଦେହକୁ ଚିହ୍ନଟ କରିଛନ୍ତି ସ୍ତ୍ରୀ ଜୟନ୍ତୀ ବରାଳ । ମୃତ ଦୀନବନ୍ଧୁ ବରାଳଙ୍କ ଘର ପିପିଲି ନୂଆହାଟ ଭରସାପୁର ବୋଲି ଜଣାପଡିଛି । ଶବ ବ୍ୟବଚ୍ଛେଦ କରି ଜୟନ୍ତୀଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ହେଲେ କୁଆଡେ ଗଲେ କିଲର ଚାଳକ ତାଙ୍କ ପତ୍ତା ପାଉନି ପୋଲିସ ।

୪ ଦିନ ହେଲା ପୋଲିସ ହାତ ଖାଲି

  • ଶ୍ରମିକଙ୍କ ଉପରେ କାର ଚଢ଼ାଇ ଚମ୍ପଟ୍ ବିକାଶ ପାଲଙ୍କ ଟେର ପାଉନି ପୋଲିସ
  • ବିକାଶ ରହୁଥିବା ପୋଖରୀପୁଟ କୋକିଳା ପ୍ୟାଲେସରେ ପୋଲିସ ଚଢ଼ାଉ କରିଛି
  • ନିଜ ଗାଁ ପୁରୀ ଜିଲ୍ଲା କାକଟପୁରରେ ଚଢ଼ାଉ କରି ଖାଲି ହାତରେ ଫେରିଛି ପୋଲିସ
  • ମୋବାଇଲ ସ୍ୱିଚଅଫ୍ କରିଦେଇ କେଉଁଆଡ଼େ ଫେରାର ହୋଇଯାଇଛନ୍ତି ବିକାଶ  

ସିସିଟିଭି ଆଧାରରେ ଗାଡି ଚାଳକଙ୍କୁ ଧରିବା ପାଇଁ ପ୍ରୟାସ କରୁଛି । ଗାଡି ଚାଳକ ଦୁର୍ଘଟଣା ଘଟାଇବା ପରେ ଦ୍ରୁତ ଗତିରେ ଆଗକୁ ମାଡିଯାଇଥିଲେ । ଦୁର୍ଘଟଣାର କିଛି ସମୟ ପରେ ଦୟା ନଦୀ ପାଖରେ ଗୋଟିଏ ଗାଡି ପାଇଥିଲା ପୋଲିସ । ଓଡି-୦୫-ଏଏକ୍ସ-୨୫୮୫ ନମ୍ବର ଥିବା ନାଲି ରଙ୍ଗର ସ୍ୱିଫ୍ଟ ଗାଡିଟି ଅଧା ଭଙ୍ଗା ଅବସ୍ଥାରେ ପଡିରହିଥିଲା । ଏହି ଗାଡିଟି ଦୁର୍ଘଟଣା ଘଟାଇଥିବା ସନ୍ଦେହ କରି ପୋଲିସ ଛାନଭିନ ଜାରି ରଖିଛି ।