କନକ ବ୍ୟୁରୋ: ଗଞ୍ଜାମ ଧରାକୋଟ ଢଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ, ଏକାଧିକ ଯାତ୍ରୀ ଗୁରୁତର । ଆହତ ମାନଙ୍କୁ ପ୍ରଥମେ ଆସିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ଜଣଙ୍କ ବସ ଡ୍ରାଇଭର କାଳିଆ ଗୌଡ ବୋଲି ପରିଚୟ ମିଳିଛି ।

ଭୁବନେଶ୍ୱରରୁ କାଲିମେଳା ଅଭିମୁଖେ ଯାଉଥିବା ‘ଦିଲଖୁସ’ ବସକୁ ଢଉଗାଁ ନିକଟରେ ସମ୍ମୁଖରୁ ଆସୁଥିବା ‘ହ୍ୱାଇଟ ହର୍ସ’ ବସ ମୁହାଁମୁହିଁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ‘ଦିଲଖୁସ’ ବସର ଡ୍ରାଇଭର କାଳିଆ ଗୌଡଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉଦ୍ଧ୍ୱର୍ ଯାତ୍ରୀ ଗୁରୁତର ହୋଇଛନ୍ତି । ଦମକଳ ବାହିନୀ ସହାୟତାରେ ଆହତ ମାନଙ୍କୁ ଦୁର୍ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତି କରାଯାଇଛି । ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଥିବା ସୂଚନା ମିଳିଛି ।