ମଦପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଡ୍ରାଇଭର । ଜଣଙ୍କୁ ୧୫ ହଜାର, ଜଣଙ୍କୁ ୫ ହଜାର ଫାଇନ ।

111

କନକ ବ୍ୟୁରୋ : ବସ୍ ଡ୍ରାଇଭରଙ୍କୁ ମହଙ୍ଗା ପଡିଲା ମଦପିଇବା । ମଦ ପିଇ ବସ୍ ଚଳାଉଥିବା ବେଳେ ଧରାପଡିଲେ ୨ ଜଣ ବସ୍ ଡ୍ରାଇଭର । ୨ ଜଣଙ୍କୁ ଧରିବା ପରେ ଫାଇନ ଆଦାୟ କରାଯାଇଛି । ଜଣଙ୍କଠାରୁ ୧୫ ହଜାର ଟଙ୍କା ଓ ଅନ୍ୟ ଜଣଙ୍କଠାରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି । ଆରଟିଓ-୧ର ଚେକିଂ ବେଳେ ଧରାପଡିଥିଲେ ବସ ଡ୍ରାଇଭର ।

ଡିସେମ୍ବର ମାସରୁ ଟ୍ରାଫିକ ନିୟମକୁ ପୁଣି କଡାକଡି କରିଛନ୍ତି ରାଜ୍ୟ ସରକାର । ଏହାସହ ବାଇକ ଚାଳକଙ୍କୁ ମଧ୍ୟ ଡବଲ ହେଲମେଟ ବାଧ୍ୟତାମୂଳକ କରିଛନ୍ତି । ଯଦି ବାଇକ ପଛରେ ବସିଥିବା ଲୋକ ହେଲମେଟ ନପିନ୍ଧନ୍ତି ତେବେ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । ଜାନୁଆରି ମାସରୁ ଏହି ନିୟମ ଆହୁରି କଡାକଡି କରାଯିବ ବୋଲି ସୂଚନା ମିଳିଛି ।