କନ୍ଧମାଳରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ, ୫ ମାଓବାଦୀ ନିପାତ; କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିରିକ ଜଙ୍ଗରେ ହୋଇଥିଲା ଏନକାଉଣ୍ଟର

423

କନକ ବ୍ୟୁରୋ: କନ୍ଧମାଳର ବାଲିଗୁଡାରେ ୨ ଜବାନ ସହିଦ । କଳାହାଣ୍ଡି ଓ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ହୋଇଥିଲା ଏହି ଗୁଳି ବିନିମୟ । ମାଓ ଅପରେସନରେ ଗତକାଲି ୫ ଜଣ ମାଓବାଦୀ ନିପାତ ହୋଇଥିଲେ । ଏଥିରେ ଗୁରୁତର ଆହତ ହୋଇଥିବା ୨ ଜଣ ଜବାନ ସହିଦ ହୋଇଥିବା ସୂଚନା ଆସିଛି । ଦୁଇ ସହିଦ ଯବାନଙ୍କ ନାଁ ଦେବାଶିଷ ସେଠୀ ଏବଂ ସୁଧୀର କୁମାର ଟୁଡୁ ବୋଲି ସୂଚନା ମିଳିଛି ।

ବୁଧବାର  ସକାଳ ୧୧ ଟା ବେଳେ ମାଓବାଦୀ ଗତିବିଧି ନେଇ ଗୁଇନ୍ଦା ସୂଚନା ଆଧାରରେ କଳାହାଣ୍ଡି ଓ କନ୍ଧମାଳ ପୁଲିସ ସହାୟତାରେ କମ୍ବିଂ ଅପରେସନ କରାଯାଇଥିଲା ।  କମ୍ବିଂ ଅପରେସନରେ   ସମୟରେ ଉଭୟ  ପୁଲିସ ଓ ମାଓବାଦୀଙ୍କ  ଉଭୟ ପଟୁ ଗୁଳିବିନିମୟ  ହୋଇଥିଲା । ପରେ ସର୍ଚ୍ଚ ଅପରେସନ ବେଳେ  ୫ ମାଓବାଦୀଙ୍କ ମୃତ୍ୟୁ ଦେହ ଠାବ ହୋଇଥିଲା । ନିହତ ୫ ମାଓବାଦୀଙ୍କ ମଧ୍ୟରୁ  ୩ ଜଣ ମହିଳା ଓ ଦୁଇ ଜଣ ପୁରୁଷ ମାଓବାଦୀ ଥିବା କଳାହାଣ୍ଡି ଏସପି ବ।ତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।

ଏହିଗୁଳିବିନିମୟ ବେଳେ  ଜଣେ ଯବାନ  ଆହତ ହୋଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ପୁଲିସ ପକ୍ଷରୁ ଅଧିକ ଏସଓଜି, ଡିଭିଏଫ  କୋବ୍ରା ଓ ସିଆରପିଏଫ ଫୋର୍ସ କୁ କମ୍ବିଂ ଓ ସର୍ଚ୍ଚ ଅପରେସନ ପାଇଁ ପଠାଯାଇଛି । ଗୁଳିବିନିମୟ ଅଧାଘଣ୍ଟା  ପର୍ଯ୍ୟନ୍ତ ହୋଇଥିବା ବେଳେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିଲେ । ସର୍ଚ୍ଚ ଅପରେସନ ବେଳେ ୨ ଟି ଏସଏଲଆର ବନ୍ଧୁକ ଓ ୪ ଟି ଦେଶୀ ବନ୍ଧୁକ ପୁଲିସ ଜବତ କରିଛି ଏବଂ ବିଭିନ୍ନ ମାଓ ବ୍ୟବହାର ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଘଟଣା ସ୍ଥଳରୁ ଉଦ୍ଧାର ହୋଇଥିବା ଜଣାପଡିଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଓ କମ୍ବିଂ କୁ ପୁଲିସ ପକ୍ଷରୁ ଜୋରଦାର କରାଯାଇଛି ।