ଦୋକାନ ଭିତରେ ୨ଭାଇଙ୍କୁ ବନ୍ଧୁକ ଦେଖାଇ ଲୁଟ୍ : ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍

ଦୋକାନ ଭିତରେ ୨ଭାଇଙ୍କୁ ବନ୍ଧୁକ ଦେଖାଇ ଲୁଟ୍ : ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍

କନକ ବ୍ୟୁରୋ : ଦୋକାନ ଭିତରେ ଦୁଇ ଭାଇଙ୍କୁ ବନ୍ଧୁକ ଦେଖାଇଲେ । ଲୁଟି ନେଲେ ୫୪ ଗ୍ରାମର ସୁନା ଓ ବ୍ରେସଲେଟ୍ । ପୁରୁଣା ଭୁବନେଶ୍ୱରରେ ଗତକାଲି ରାତିରେ ଘଟିଛି ଏପରି ଘଟଣା । ଗତକାଲି ରାତି ପ୍ରାୟ ୧୦ଟା ବେଳେ ଏକ ଦୋକାନରେ ପଶି ଜଣେ ବନ୍ଧୁକଧାରୀ ଦୁଇ ଭାଇଙ୍କଠାରୁ ଦୁଇଟି ଚେନ୍ ଓ ବ୍ରେସଲେଟ୍ ଲୁଟି ନେଇଛନ୍ତି । ଏନେଇ ଦୁଇ ଭାଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଚିହ୍ନ କରିବାକୁ ପ୍ରୟାସ ଚଳାଇଛି । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଦୁର୍ବୃତ୍ତଜଣଙ୍କ ଗହଣା ନେବା ପରେ ବାହାରକୁ ଧାଇଁଥିଲା । ବାହାରେ ଅପେକ୍ଷା କରିଥିବା ଅନ୍ୟ ଜଣଙ୍କ ପାଖକୁ ଦୌଡ଼ିଥିଲା । ହେଲେ ଦୁର୍ବୃତ୍ତଜଣଙ୍କ ଗାଡିରେ ବସିବା ପୂର୍ବରୁ ଦୋକାନୀ ତାଙ୍କ ଉପରକୁ ଟିଣ ଡବା ଫୋପାଡିଥିଲେ । ଫଳରେ ସେ ବାଇକରେ ବସି ପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe