କନକ ବ୍ୟୁରୋ: ଶିଳ୍ପ ସହର ଝାରସୁଗୁଡାରୁ ଆସିଲା ବିକଳ ଚିତ୍ର । ଷ୍ଟ୍ରିଟ୍ ଲାଇଟ ତଳେ ପାଠ ପଢୁଛନ୍ତି ପିଲା । ୮ବର୍ଷ ତଳେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ସେହି ଦିନଠାରୁ ଅଭାବ ଅନଟନ ଲାଗିରହିଛି । ରହିବା ପାଇଁ ଘର ଖଣ୍ଡିଏ ମିଳିନଥିବା ବେଳେ ବିଜୁଳି ସଂଯୋଗ ମଧ୍ୟ କଟିଯାଇଛି । ହେଲେ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ ।
- ଶିଳ୍ପ ସହରରେ ଦୟନୀୟ ଚିତ୍ର
- ଷ୍ଟ୍ରିଟ୍ ଲାଇଟ୍ ତଳେ ଚାଲିଛି ପାଠ ପଢା
ଶୀତ କାକରରେ ବସି ଦୁଇ ପୁଅକୁ ଧରି ମା ପଢାଉଛି ପାଠ । ଆଉ ଏଥିପାଇଁ ଘର ଆଗରେ ଥିବା ଷ୍ଟ୍ରିଟ୍ ଲାଇଟ ସାଜିଛି ଭରସା । ଝାରସୁଗୁଡା ଜିଲ୍ଲାର ବେଲପାହଡ ପୌରପରିଷଦ ୧୧ ନମ୍ବର ୱାର୍ଡ କାଡୁପଡାର ସୁବର୍ଣ୍ଣ ପିଙ୍ଗଙ୍କ ଏହି ଦୁଇ ପୁଅଙ୍କ ଏପରି ପାଠ ପଢାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା ଚାଲିଛି । ଦୀର୍ଘ ୮ ବର୍ଷ ହେବ ଏପର୍ଯ୍ୟନ୍ତ ଆଲୁଅ ଦେଖି ପାରି ନାହାନ୍ତି ବୋଲି ଦୁଇ ଭାଇ କହିଛନ୍ତି । ବାପ ଛେଉଣ୍ଡ ଏହି ଦୁଇ ପିଲା ଯେଉଁ ବୟସରେ ହସ ଖୁସିରେ ପାଠ ପଢିବା କଥା ସେହି ବୟସରେ ଅନ୍ଧାର ଭବିଷ୍ୟତକୁ ଆଲୋକିତ କରିବାକୁ ଷ୍ଟ୍ରିଟ୍ ଲାଇକୁ ଭରସା କରିଛନ୍ତି ।
ସୁବର୍ଣ୍ଣଙ୍କ ଦୁଇ ପୁଅ ମେଧାବୀ । ବଡ ପୁଅ ହରିହର ପିଙ୍ଗ ଅଷ୍ଟମ ଶ୍ରେମୀରେ ପଢୁଥିବା ବେଳେ ସାନ ପୁଅ ବିଦ୍ୟାଧର ପିଙ୍ଗ୍ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି । ଉଭୟ ଶିଶୁର ଭବିଷ୍ୟତ ଗଢିବା ପାଇଁ ବିଧବା ମା ସୁବଣ୍ଣ,ର୍ ଦିନ ମଜୁରିଆ ଭାବେ କାମ କରନ୍ତି । ଯେତିକି ଆୟ କରନ୍ତି ଦୁଇ ପୁଅ ଏବଂ ବୃଦ୍ଧା ଶାଶୁକୁ ନେଇ ପରିବାର ପ୍ରତି ପୋଷଣ କରନ୍ତି । କେବଳ ଏତିକି ନୁହେଁ ଭୂମିହୀନଙ୍କୁ ସରକାରଙ୍କ ପକ୍ଷରୁ ୪ ଡେସିମିଲ ଜାଗା ଓ ଆବାସ ଘର ମିଳିଥିଲେ ହେଁ ସୁବର୍ଣ୍ଣଙ୍କୁ ନା ମିଳିଛି ଜାଗା ନା ମିଳିଛି ପକ୍କାଘର ।
ଷ୍ଟ୍ରିଟ୍ ଲାଇଟରେ ଦୁଇ ଭାଇଙ୍କ ପାଠ ପଢାର ଚିତ୍ର ଅନେକ କଥା ବୟାନ କରୁଛି । ଏହି ଦୃଶ୍ୟ ପ୍ରଶ୍ନ ବି କରୁଛି, ଯେ ପ୍ରଶାସନକୁ ଏଭଳି ଅବସ୍ଥା କିଛି ଫରକ ପକାଇ ପାରେନି । ଏମାନେ କେଉଁ ପରିସ୍ଥିତିରେ କୌଣସି ସରକାରୀ ସାହାଯ୍ୟ ପାଇ ପାରୁ ନାହାନ୍ତି ତାହା ପ୍ରଶାସନିକ ଅଧିକାରୀ ମାନେ ଜାଣିବା ପାଇଁ ଚେଷ୍ଟା କରିବା ଉଚିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/vlcsnap-2022-02-07-20h19m45s285.png)