ଖରସ୍ରୋତାରେ ଗାଧୋଇବା ବେଳେ ନଦୀରେ ବୁଡି ଦୁଇ ଭାଇ ମୃତ । ଯାଜପୁର ରସଲପୁରରେ ଅଭାବନୀୟ ଘଟଣା ।

255

କନକ ବ୍ୟୁରୋ : ଯାଜପୁର ଜିଲ୍ଲାର ଖରସ୍ରୋତା ନଦୀରେ ଦୁଇ ଭାଇଙ୍କ ସଲିଳ ସମାଧୀ । ଏପରି ଏକ ଅଭାବନୀୟ ଘଟଣା ପରେ ଯାଜପୁର ଜିଲ୍ଲା ରସୁଲପୁର ନିକଟ ଚିନ୍ତାପଲ୍ଲି ଗାଁରେ ଶୋକର ଲହରି ଖେଳିଯାଇଛି । ଦୁଇ ମୃତକ ହେଉଛନ୍ତି ଚିନ୍ତାପଲ୍ଲୀ ଗାଁର କାହ୍ନୁଚରଣ ଚନ୍ଦଙ୍କ ପୁଅ ଦୀନବନ୍ଧୁ ଚନ୍ଦ ଓ ସାନପୁଅ ଦିବାକର ଚନ୍ଦ ।

ଆଜି ମଧ୍ୟାହ୍ନରେ ଦୁଇ ଭାଇ ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ପାଣିରେ ବୁଡି ଯାଇଥିଲେ । ଅସାବଧାନତା ଯୋଗୁଁ ନଦୀରେ ବୁଡି ଯାଇଥିଲେ ଦୁଇ ଭାଇ । ଦୀନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକ । ରସୁଲପୁର ଅଗ୍ନିଶମ ବାହିନୀ ଦିବାକରଙ୍କୁ ଉଦ୍ଧାର କରିଥିଲେ । ସାନ ଭାଇ ଦିବାକରର ନଦୀରେ ବୁଡି ଜୀବନ ଚାଲି ଯାଇଥିଲା । ସେପଟେ ରସୁଲପୁର ଡାକ୍ତରଖାନାରେ ଆଖି ବୁଜି ଥିଲେ ଦୀନବନ୍ଧୁ ।