ପିପିଲିରେ ଅଘଟଣ: ନଦୀରେ ବୁଡି ଦୁଇ ଭାଇ ମୃତ

121

କନକ ବ୍ୟୁରୋ: ଡେଲାଙ୍ଗ ବ୍ଲକ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଅଘଟଣ । ପିପିଲି ଲୁଣା ନଦୀରେ ବୁଡି ଦୁଇ ଭାଇ ମୃତ । ଗାଧୋଇ ଯାଇଥିବା ବେଳେ ବୁଡିଯାଇଥିଲେ ଦୁଇ ଭାଇ । ଦୁଇ ଜଣଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁଭବନ ଅଣାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

ମୃତକ ଦୁଇ ଶିଶୁ ହେଉଛନ୍ତି ନାଗଣ ଗାଁର ସଦାଶିବ ପ୍ରଧାନଙ୍କ ଦୁଇ ପୁଅ । ଜଣଙ୍କର ବୟସ ୭ ବର୍ଷ ଓ ଅନ୍ୟ ଜଣଙ୍କର ୩ ବର୍ଷ ହୋଇଥିବା ସୂଚନା । ଦୁଇ ଶିଶୁଙ୍କ ମୃତ୍ୟୁ ପରେ ନାଗଣ ଗାଁରେ ଶୋକର ଛାୟା ଖେଳିଯାଇଛି ।