କନକ ବ୍ୟୁରୋ : କିଶୋର ବୟସର ପିଲା । ପିଲାଟି ବେଳରୁ ଭୁବନେଶ୍ୱରରେ ବଢ଼ିଥିଲେ । ନା’ ପହଂରା ଜାଣିଥିଲେ । ନା’ ପାଣିରେ ଫସିଗଲେ ମୁକୁଳିବା ଜାଣିଥିଲେ । କେଉଁ ବିପଦ ବେଳାରେ ପୋଖରୀକୁ ଯାଇଥିଲେ କେଜାଣି, ବଢ଼ିଲା ବୟସରେ ଆଖିବୁଜି ଦେଲେ ଦୁଇ ଛାତ୍ର । ଅସମୟରେ ଲିଭିଗଲା ଦୁଇ ଜୀବନ ।

Advertisment

ଶୁଭମ ଜେନା । ବୟସ ମାତ୍ର ୧୪ ବର୍ଷ । ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ । ସାଙ୍ଗସାଥୀଙ୍କ ମେଳରେ ଭୁବନେଶ୍ୱର ପୋଖରୀପୁଟ ଅଂଚଳରେ ଥିବା ଏକ ପୋଖରୀକୁ ଯାଇଥିଲେ । ସାଥୀରେ ଥିଲେ ଆହୁରୀ ୩-୪ ଜଣ ସ୍କୁଲ ପିଲା । ପାଣିକୁ ପଶିଯାଇ ଆଉ ବାହାରି ପାରିନଥିଲେ । ଶୁଭମଙ୍କ ସହ ଥିଲେ ରାକେଶ୍ । ରାକେଶ ମହାରଣା । ବୟସ ୧୬ ବର୍ଷ । ଏବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥାନ୍ତୋ । ହେଲେ ତାଙ୍କ ଜୀବନରେ ଏଭଳି ଏକ ଅଘଟଣା ଘଟିଗଲା, ଯେ ଦୁଇଟି ପରିବାରର ହସଖୁସି ଚାଲିଗଲା ।

ପାଣିରେ ବୁଡ଼ି ଯାଇଥିବା ଖବର ପାଇ ସ୍ଥାନୀୟ ଅଂଚଳର ଲୋକେ ଘଟଣାସ୍ଥଳରେ ପହଂଚିଥିଲେ । ତୁରନ୍ତ ପିଲାମାନଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ସେତେବେଳକୁ ଶୁଭମ ଏବଂ ରାକେଶଙ୍କ ପ୍ରାଣବାୟୁ ଉଡ଼ି ସାରିଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।