କନକ ବ୍ୟୁରୋ: ଆସାମର ବ୍ରହ୍ମପୁତ୍ର ନଦୀରେ ଏକ ଭୟଙ୍କର ଡଙ୍ଗା ଦୁର୍ଘଟଣା ଘଟିଛି । ଯାତ୍ରୀ ନେଇ ଯାଉଥିବା ୨ ଡଙ୍ଗା ପରସ୍ପର ମୁହାଁମୁହିଁ ଧକ୍କା ହୋଇଛନ୍ତି । ସୂଚନା ଅନୁସାରେ ୨ଟି ଡଙ୍ଗାରେ ପାଖାପାଖି ୧୦୦ରୁ ଅଧିକ ଯାତ୍ରୀ ଥିଲେ । ଏହି ଦୁର୍ଘଟଣା ପରେ ଅନେକ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଜୋରହାଟ ନିମିତିଘାଟରୁ ମାଜୁଲି ରିଭର ଆଇଲାଣ୍ଡକୁ ଯିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣା ପରେ ଏନଡିଆରଏଫ ଓ ଏସଡିଆରଏଫ ଟିମ ଘଟଣା ସ୍ଥଳରେ ଉଦ୍ଧାର କାମ ଜାରି ରଖିଛନ୍ତି । ଘଟଣା ସ୍ଥଳରୁ ଏଯାଏଁ ଗୋଟିଏ ମୃତଦେହ ମିଳିଥିବା ସୂଚନା ମିଳିଛି । ଅନେକ ନିଖୋଜ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ସେପଟେ ଏଭଳି ଏକ ଦୁର୍ଘଟଣା ଦୁଃଖ ପ୍ରକାଶ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା । ନିଖୋଜ ଲୋକମାନଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/E-w4tu7WQAUwHqu.jpg)