ରାଜ୍ୟସଭା ରେସ୍; ପ୍ରାର୍ଥିପତ୍ର ଦାଖଲ କଲେ ଦୁଇ ବିଜେଡି ପ୍ରାର୍ଥୀ । ନବୀନ ହେଲେ ଶୁଭାଶିଷଙ୍କ ପ୍ରସ୍ତାବକ, ଦେବାଶିଷଙ୍କ ପ୍ରସ୍ତାବକ ହେଲେ ମନୋହର ରନ୍ଧାରୀ ।

90

କନକ ବ୍ୟୁରୋ: ଖାଲି ହେବାକୁ ଯାଉଥିବା ତିନି ରାଜ୍ୟସଭା ଆସନ ମଧ୍ୟରୁ ଦୁଇଟି ଆସନ ପାଇଁ ନାମାଙ୍କନ ଭରିଛନ୍ତି ଦୁଇ ବିଜେଡି ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ଓ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଂଟିଆ ।

  • ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ
  • ପ୍ରାର୍ଥିପତ୍ର ଦାଖଲ କଲେ ଦେବାଶିଷ୍ ଓ ଶୁଭାଶିଷ୍

ରାଜ୍ୟସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ଦୁଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭା ସମ୍ମିଳନୀ ପ୍ରକୋଷ୍ଠରେ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଶୁଭାଶିଷ୍ ଖୁଣ୍ଟିଆଙ୍କ ପ୍ରସ୍ତାବକ ରହିଥିବାବେଳେ ବିଧାୟକ ମନୋହର ରନ୍ଧାରୀ ଦେବାଶିଷ ସାମନ୍ତରାୟକଙ୍କ ପ୍ରସ୍ତାବକ ରହିଛନ୍ତି । ଉଭୟ ନେତା ଦୁଇ ସେଟ୍ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ପ୍ରାର୍ଥୀପତ୍ର ଦାଖଲ କରିବା ପରେ କଟକ ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ବିଧାନସଭାରୁ ସଂସଦ ଯିବାକୁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ସେହିପରି ରାଜ୍ୟସଭାରେ ଯୁବପିଢ଼ିଙ୍କ ନେତୃତ୍ୱ ଓ ସ୍ୱର ପହଞ୍ଚାଇବେ ବୋଲି କହିଛନ୍ତି ଶୁଭାଶିଷ । ତେବେ ରାଜ୍ୟସଭା ଟିକେଟ୍ ପାଇଁ ବହୁ ବରିଷ୍ଠ ନେତା ଓ ହେଭିୱେଟ୍ ଆଶାୟୀ ଥିବାବେଳେ, ସମସ୍ତଙ୍କୁ ସରପ୍ରାଇଜ୍ ଦେଇ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଂଟିଆଙ୍କ ନା ଘୋଷଣା କରିଥିଲେ ବିଜେଡି । କିନ୍ତୁ ଖାଲି ହେବାକୁ ଯାଉଥିବା ତୃତୀୟ ଆସନରେ କିଏ ହେବେ ପ୍ରାର୍ଥୀ ସେ ନେଇ ଜାରି ରହିଛି ସସପେନ୍ସ ।