ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ । କାଲିମେଳା ଏମଭି-୯୬ ପୋଲ ନିକଟରେ ସଡ଼କ ଦୁର୍ଘଟଣା ।

57

କନକ ବ୍ୟୁରୋ: କାଲିମେଳା ଏମଭି-୯୬ ପୋଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଅଜଣା ଗାଡ଼ି ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ୨ଜଣ ବ୍ୟକ୍ତି ପିଣ୍ଡିକୋଣ୍ଡା ଗାଁର ବୋଲି ଜଣାପଡ଼ିଛି । ପିଣ୍ଡିକୋଣ୍ଡା ଗାଁର ଦୁଇଜଣ ବ୍ୟକ୍ତି ବାଇକ୍ ଯୋଗେ ନିଜ ଗାଁକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ କାଲିମେଳା ମେଡ଼ିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗତକାଲି ସେହି ସ୍ଥାନରେ କୁହୁଡ଼ି ଯୋଗୁଁ ଦୁଇଟି ଟ୍ରକ୍ ମୁହଁମୁହିଁ ଧକ୍କା ହୋଇଥିଲା । ଆଉ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିଲା ।