ରାଜଧାନୀରେ ଦୁଇ ଦୁଇଟି ଚାଂଚଲ୍ୟକର ବ୍ୟାଙ୍କ୍ ଡକେତି ଘଟଣାର ପର୍ଦ୍ଦାଫାସ୍ । କପଡ଼ା ଦୋକାନୀ ସାଜିଥିଲା ବ୍ୟାଙ୍କ୍ ଲୁଟେରା, ହେଲମେଟ୍ ଲଗାଇ ବନ୍ଧୁକ ଦେଖାଇ କରିଥିଲା ଲୁଟ୍

211

କନକ ବ୍ୟୁରୋ : ବ୍ୟାଙ୍କରେ ସବୁ କିଛି ସ୍ୱାଭାବିକ ଚାଲିଥିଲା । ଆଉ ଠିକ୍ ଏତିକି ବେଳେ ଫିଲ୍ମି ଷ୍ଟାଇଲରେ ବ୍ୟାଙ୍କରେ ପ୍ରବେଶ କରିଥିଲା ଲୁଟେରା । ମୁଣ୍ଡରେ ହେଲମେଟ୍, ହାତରେ ବନ୍ଧୁକ । ଗନ୍ ପଏଂଟରେ ଥିଲେ ବ୍ୟାଙ୍କ କର୍ମଚାରୀ । ଆଉ ଏହି ଆତଙ୍କର ମାହୋଲର ଭିତରେ ଲୁଟ୍ କରି କମ୍ପଟ୍ ମାରିଲା ଲୁଟେରା । ବ୍ୟାଙ୍କ୍ ଲୁଟ୍ର କିଛି ଦିନ ପରେ ଘଟିଲା ଆଉ ଏକ ଲୁଟ୍ ।

ସେଇ ଲୁଟ୍, ସାମନ ଷ୍ଟାଇଲ । ବ୍ୟାଙ୍କ ଭିତରେ ପଶି, ସମସ୍ତ କର୍ମଚାରୀଙ୍କୁ ଏକ ନିର୍ଦ୍ଦିଷ୍ଟ କୋଠରୀରେ ରଖି, ଲୁଟ୍ କରିଥିଲା ଲୁଟେରା । ଆଉ ଆଖି ପିଛୁଳାକେ ୧୦ ଲକ୍ଷ ଟଙ୍କା ଧରି ଗାୟବ୍ ହୋଇଯାଇଥିଲା ଦୁର୍ବୃତ । ଗୋଟିଏ ମାସ ଭିତରେ ଦୁଇ ଦୁଇଟି ଲୁଟ୍ ଘଟଣା, କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଥିଲା ।

ସାମ୍ନାକୁ ଆସିଲା ହେଲମେଟ୍ ପଛର ଚେହେରା

ପୁଲିସ୍ ପଞ୍ଝାରେ ମାଷ୍ଟରମାଇଣ୍ଡ ଲୁଟେରା

ଯେମିତି କୁହନ୍ତି, ଚୋରଘର ସବୁ ଦିନ ଅନ୍ଧାର ନଥାଏ, ସେମିତି ବରିମୁଣ୍ଡ ବ୍ୟାଙ୍କ ଲୁଟ୍ ଘଟଣା ମାତ୍ର ଗୋଟିଏ ସପ୍ତାହ ଭିତରେ ଗିରଫ ହୋଇଛି ଲୁଟେରା । ଲୁଟେରାର ନାଁ- ଟୁଲୁ ଓରଫ୍ ସୌମ୍ୟରଂଜନ ଜେନା । ୨୫ ବର୍ଷର ଏହି ହିରୋ ମାର୍କା ଯୁବକକୁ ଗିରଫ କରିଛି କମିଶନରେଟ୍ ପୁଲିସ୍ । ଆଉ ତା ପାଖରୁ ଜବତ ହୋଇଛି, ୧୦ ଲକ୍ଷ ଟଙ୍କା ଗାଡ଼ି ଓ ବନ୍ଧୁକ । ଆଉ ସେ କେମିତି ଲୁଟ୍ କରିଥିଲା, ଘଟଣା ଡେମା ବା ପୁର୍ନରାବୃତି କରିଛି ପୁଲିସ୍ ।

ଏକାକୀ ଫିଲ୍ମ ଷ୍ଟାଇଲରେ ଲୁଟ୍ କରୁଥିବା ଏହି ଯୁବକର କାହାଣୀ ଆହୁରୀ ରୋମାଚଂକର । ପାଠ ପଢ଼ିଛି, ନିଜ ଗାଁ ଟାଙ୍ଗିବନ୍ତେରେ ଦୋକାନଟିଏ ବି କରିଛି । ମାସକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଏହି ଯୁବକ ମୁଣ୍ଡ ଅପରାଧ ଦୁନିଆକୁ ଚାଲିଯାଇଥିଲା, ଯେତେବେଳେ ଲକଡାଉନ ଯୋଗୁଁ ବେପାର ମାନ୍ଦା ପଡ଼ିଥିଲା । ଆଉ ଇଂଟରନେଟ୍ ଚୋରୀ ଓ ଡକେତିର ବିଭିନ୍ନ ଭିଡିଓ ଦେଖି, ଆରମ୍ଭ କରିଥିବା ଲୁଟର ଅଭିଯାନ ।

ଲୁଟ୍ କରିବା ପରେ ବି ଗାଁ ନଛାଡି ଆଉ ଗୋଟିଏ ପରେ ଗୋଟିଏ ଲୁଟର ଯୋଜନା କରିବା ପୁଲିସ୍ ସହ ସୌମ୍ୟରଂଜନଙ୍କ ଗାଁ ଲୋକଙ୍କୁ ବି ଆଶ୍ଚର୍ଯ୍ୟ କରିଛି । ଆଉ ସୌମ୍ୟରଂଜନର ଏହି ଚାଲାକି ତାକୁ ଧରାପକାଇ ଦେଇଛି ।

ଗୋଟିଏ ମାସ ଭିତରେ ଦୁଇ ଦୁଇଟି ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଲୁଟ କରିବା ପରେ ସୌମ୍ୟରଞ୍ଜନକୁ ଧରିବା ପାଇଁ ଜାଲ ବିଛାଇଥିଲା ପୋଲିସ । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଲୁଟେରାକୁ ଧରିବା ପାଇଁ ବ୍ଲୁ-ପ୍ରିଂଟ ବନାଇଥିଲେ ସ୍ପେଶାଲ ସ୍କ୍ୱାର୍ଡର ଏସିପି ସଂଜୀବ ଶତପଥୀ । ଆଉ ଶେଷରେ ପୋଲିସ ପଂଝାରେ ପଡିଥିଲା ଲୁଟେରା ସୌମ୍ୟରଞ୍ଜନ ଜେନା ।