କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଏଟିଏମ୍ ଲୁଟ ମାମଲାର ପର୍ଦ୍ଦାଫାସ କରିଛି ଗୁରୁଣ୍ଡିଆ ପୋଲିସ । ଏହି ଘଟଣାରେ ୨ ଜଣକୁ ଗିରଫ କରିଛି ପୁଲିସ । ସେମାନଙ୍କ ଠାରୁ ୧୭ ଲକ୍ଷ ୧୮ ହଜାର ଟଙ୍କା ଓ ଲୁଟରେ ବ୍ୟବହୃତ କାର ଏବଂ ହାର୍ଡ଼ ଡ଼ିସ୍କ ମଧ୍ୟ ପୁଲିସ ଜବତ କରିଛି ।
ଗିରଫ ଅଭିଯୁକ୍ତ ହେଉଛନ୍ତି ଏଟିଏମରେ ଟଙ୍କା ଜମା କରୁଥିବା ସିଏମସି କର୍ମଚାରୀ ଜିତେନ୍ଦ୍ର ପ୍ରଧାନ ଓ ତାର ସହଯୋଗୀ କାଳନ୍ଦି । ଏହି ଘଟଣାର ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାଇ ସେନେଇ ଖୋଳତାଡ଼ କରୁଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-29-07h54m40s738.png)