ବିଜେପୁରରେ ୪୦ ଲକ୍ଷ ଟଙ୍କା ଜବତ ମାମଲା ! ବାପ-ପୁଅଙ୍କୁ ବାନ୍ଧିଲା ପଦ୍ମପୁର ପୁଲିସ, ନିର୍ବାଚନରେ ଟଙ୍କା ବାଂଟିବା ନେଇ ସନ୍ଦେହ

Advertisment
ବିଜେପୁରରେ ୪୦ ଲକ୍ଷ ଟଙ୍କା ଜବତ ମାମଲା ! ବାପ-ପୁଅଙ୍କୁ ବାନ୍ଧିଲା ପଦ୍ମପୁର ପୁଲିସ, ନିର୍ବାଚନରେ ଟଙ୍କା ବାଂଟିବା ନେଇ ସନ୍ଦେହ

କନକ ବ୍ୟୁରୋ: ବରଗଡ ମହୁଲପାଲି ଛକରୁ ୪୦ ଲକ୍ଷ ଟଙ୍କା ଜବତ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛିି ପୁଲିସ । ଏହି ମାମଲାରେ ଗାଡି ମାଲିକ ଓମ ପ୍ରକାଶ ଅଗ୍ରୱାଲ୍ ଓ ତାଙ୍କ ପୁଅ ଆକାଶ ଅଗ୍ରୱାଲଙ୍କୁ ଗିରଫି କରିଛି ପୁଲିସ୍ । ପଦ୍ମପୁରରୁ ବିଜେପୁର ଯିବା ରାସ୍ତାରେ ମହୁଲପାଲି ଛକ ଚେକ୍ ଗେଟ୍ ନିକଟରେ ପୋଲିସ ଜଗିଥିବା ବେଳେ ଏକ ଜାଇଲୋ ଗାଡିକୁ ଗତ ରାତିରେ ଅଟକାଇଥିଲା । ଯାହାର ନମ୍ବର ଥିଲା ଓଡି ୧୭ ଜି ୧୮୫୫ ।

publive-image

ଗାଡିକୁ ଯାଂଚ କରିବା ବେଳେ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । ଯେଉଁଥିରେ ରହିଥିଲା କେବଳ ୨ ହଜାର ଓ ୫ ଶହ ଟଙ୍କିଆ ନୋଟ୍ । ଓମ ପ୍ରକାଶ ଓ ଆକାଶ ପଦ୍ମପୁର ଅଂଚଳର ସୁନା ବ୍ୟବସାୟୀ ବୋଲି ଜଣାପଡିଛି । ତେବେ ନିର୍ବାଚନ ପାଇଁ ବିଜେପୁର ସରଗରମ ଥିବାବେଳେ ଏହି ଟଙ୍କା ବାଂଟିବା ପାଇଁ ଯାଉଥିବା ସଂଦେହ କରାଯାଉଛି ।ବିଜେପୁର ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ଏତେ ଟଙ୍କା କାହିଁକି ଯାଉଥିଲା ତାକୁ ନେଇ ବିରାଟ ସନ୍ଦେହ ତିଆରି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe