କନକ ବ୍ୟୁରୋ: ବରଗଡ ମହୁଲପାଲି ଛକରୁ ୪୦ ଲକ୍ଷ ଟଙ୍କା ଜବତ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛିି ପୁଲିସ । ଏହି ମାମଲାରେ ଗାଡି ମାଲିକ ଓମ ପ୍ରକାଶ ଅଗ୍ରୱାଲ୍ ଓ ତାଙ୍କ ପୁଅ ଆକାଶ ଅଗ୍ରୱାଲଙ୍କୁ ଗିରଫି କରିଛି ପୁଲିସ୍ । ପଦ୍ମପୁରରୁ ବିଜେପୁର ଯିବା ରାସ୍ତାରେ ମହୁଲପାଲି ଛକ ଚେକ୍ ଗେଟ୍ ନିକଟରେ ପୋଲିସ ଜଗିଥିବା ବେଳେ ଏକ ଜାଇଲୋ ଗାଡିକୁ ଗତ ରାତିରେ ଅଟକାଇଥିଲା । ଯାହାର ନମ୍ବର ଥିଲା ଓଡି ୧୭ ଜି ୧୮୫୫ ।
ଗାଡିକୁ ଯାଂଚ କରିବା ବେଳେ ପ୍ରାୟ ୪୦ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । ଯେଉଁଥିରେ ରହିଥିଲା କେବଳ ୨ ହଜାର ଓ ୫ ଶହ ଟଙ୍କିଆ ନୋଟ୍ । ଓମ ପ୍ରକାଶ ଓ ଆକାଶ ପଦ୍ମପୁର ଅଂଚଳର ସୁନା ବ୍ୟବସାୟୀ ବୋଲି ଜଣାପଡିଛି । ତେବେ ନିର୍ବାଚନ ପାଇଁ ବିଜେପୁର ସରଗରମ ଥିବାବେଳେ ଏହି ଟଙ୍କା ବାଂଟିବା ପାଇଁ ଯାଉଥିବା ସଂଦେହ କରାଯାଉଛି ।ବିଜେପୁର ଉପନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ ଏତେ ଟଙ୍କା କାହିଁକି ଯାଉଥିଲା ତାକୁ ନେଇ ବିରାଟ ସନ୍ଦେହ ତିଆରି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/02/vlcsnap-2018-02-18-11h11m20s260.png)
/kanak/media/post_attachments/wp-content/uploads/2018/02/vlcsnap-2018-02-18-11h09m43s569-300x240.png)