ମମିତା ମୃତ୍ୟୁ ମାମଲା : ଆଉ ୨ ଅଟକ 

172

କନକ ବ୍ୟୁରୋ : ସନସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ମୃତ୍ୟୁ ମାମଲାରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ମମିତା ମୃତ୍ୟୁ ମାମଲାରେ ଆଉ ୨ଜଣଙ୍କୁ ଅଟକ ରଖିଲା ପୋଲିସ । ମାମଲାରେ ୪ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କଲେଜ ଅଧ୍ୟକ୍ଷ, ଜେସିବି ଡ୍ରାଇଭର ଓ ୱାଚ୍ ମ୍ୟାନ୍ ଅଟକ ।

ସେପଟେ, ଏହି ମମିତା ମୃତ୍ୟୁ ମାମଲା ନେଇ ରାଜନୀତି ଜୋର ଧରିଛି । ସ୍ୱର ଉଠାଇଛନ୍ତି ବିରୋଧୀ । ଏନେଇ ବିଜେପି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ସାମାଲୋକନା କରିଛି ବିଜେପି । ବିଜେପି କହିଛି, ପବିତ୍ର ଶିକ୍ଷାନୁଷ୍ଠାନରେ ଏଭଳି ବିଭତ୍ସ କାର୍ଯ୍ୟ ଚାଲୁଥିଲା ଯାହା ଅତ୍ୟନ୍ତ ନିନ୍ଦନୀୟ । ମମିତା ଏବଂ ତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ମିଳୁ ବୋଲି ବିଜେପି ଦାବି କରିଛି ।

ଅନ୍ୟପଟେ, ପୋଲିସ ଆଗରେ ସତ ସ୍ୱୀକାର କରିଛି ଗୋବିନ୍ଦ । ଭବାନିପାଟଣାରୁ ଫେରିବା ସମୟରେ କାରରେ ହତ୍ୟା କରିଥିଲା । ଏହା ପରେ ପୂର୍ବରୁ ଖୋଳାଯାଇଥିବା ଗାତରେ ମମିତାଙ୍କ ମୃତ ଶରୀରକୁ ପ୍ଲାଏ କାଠ ଏବଂ ଟାୟାର ସାହାର୍ଯ୍ୟରେ ପୋଡିଦିଆଯାଇଥିଲା । ଭଲରେ ପୋଡିବା ପାଇଁ ଜଳେ ପ୍ଲାଏ ଉପରେ ଟାୟାର ରଖି ଜଳାଇ ଦେଇଥିଲା  । ଏହା ପରେ ମୃତ ଶରୀର ଯେପରି ଶୀଘ୍ର ନଷ୍ଟ ହୋଇଯିବା ସେନେଇ ମଧ୍ୟ ଯଥେଷ୍ଟ ପରିମାଣରେ ଲୁଣ ଦେଇଥିଲା । ଏବଂ ଦିନକ ପରେ ଗାତକୁ ପୋତିବା ପାଇଁ ଜେସିବି ଡ୍ରାଇଭରକୁ କହିଥିଲା ଗୋବିନ୍ଦ