କନକ ବ୍ୟୁରୋ : ଏୟାର ହୋଷ୍ଟେସଙ୍କ ସହ ଦୁର୍ବବ୍ୟହାର ଘଟଣାରେ ଅଭିଯୁକ୍ତଙ୍କୁ ବିଚାର ବିଭାଗ ହାଜତକୁ ପଠାଗଲା । ମୁମ୍ବାଇରୁ ନାଗପୁର ଯାଉଥିବା ଜେଟ ଏୟାରୱେଜ ବିମାନରେ ଏୟାର ହୋଷ୍ଟେସଙ୍କ ସହ ଦୁର୍ବବ୍ୟହାର କରିଥିବା ନେଇ ଅଭିଯୋଗ ହୋଇଥିଲା । ୨୩ବର୍ଷୀୟ ଆକାଶ ଗୁପ୍ତା ନାମକ ଜଣେ ଯାତ୍ରୀ ନିଶାଶକ୍ତ ଅବସ୍ଥାରେ ଏୟାର ହୋଷ୍ଟେସଙ୍କ ସହ ଦୁର୍ବବ୍ୟହାର କରିଥିବା ନେଇ ଏୟାର ହୋଷ୍ଟେସ ଜଣକ ଲିଖିତ ଭାବରେ ଅଭିଯୋଗ କରିଥିଲେ ।
ଏହାପରେ ଫ୍ଲାଇଟ କ୍ୟାପଟେନ ସିଆଇଏସଏଫକୁ ଅବଗତ କରିବା ସହ ଯାତ୍ରୀକୁ ସିଆଇଏସଏଫ ଜିମା ଦେଇଥିଲେ । ଅଭିଯୁକ୍ତ ଆକାଶ ଗୁପ୍ତାଙ୍କୁ ପୁଲିସ ଗିରଫ କରିବା ପରେ ରବିବାର ଦିନ କୋର୍ଟରେ ହାଜର କରିଥିଲ । ଏହାପରେ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ମୁମ୍ବାଇରୁ ନାଗପୁର ଯାଉଥିବା ଜେଟ ଏୟାରୱେଜ ବିମାନରେ ଆକାଶ ଗୁପ୍ତା ନିଶାଶକ୍ତ ଅବସ୍ଥାରେ ଏୟାରହୋଷ୍ଟେସଙ୍କ ସହ ଦୁର୍ବବ୍ୟହାର କରିବାରୁ ଏନେଇ ଲିଖିତ ଅଭିଯୋଗ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/02/vlcsnap-2017-02-27-12h33m09s463.png)