କନକ ବ୍ୟୁରୋ : ଜେଲରେ ଗ୍ୟାଙ୍ଗୱାର । ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଜେଲରେ ବନ୍ଦୀଥିବା ଅଭିଯୁକ୍ତ ପରସ୍ପରକୁ ଆକ୍ରମଣ କରିବାରୁ ଦୁଇ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ । ଅନ୍ୟ ଜଣେ ଗୁୁରୁତର ଆହତ ହୋଇଥିଲେ । ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ହୋଇଥିବା ଦୁଇଜଣ ଗ୍ୟାଙ୍ଗଷ୍ଟର ସିଦ୍ଧୁ ମୁସେୱାଲା ହତ୍ୟାମାମଲାର ଅଭିଯୁକ୍ତ ଥିଲେ ।

Advertisment

ରବିବାର ଅପରାହ୍ନ ୩ଟା ବେଳେ ତରନତାରନସ୍ଥିତ ଗୋଇନ୍ଦ୍ୱାଲର କେନ୍ଦ୍ରୀୟ ଜେଲରେ ବନ୍ଦୀଥିଲେ ଅଭିଯୁକ୍ତ । ହେଲେ କୌଣସି କାରଣରୁ ପରସ୍ପର ଉପରକୁ ଆକ୍ରମଣ କରିଥିଲେ । ଡିଏସପି ଜସପାଲ ଢ଼ିଲୋ ମୃତ୍ୟୁ ବାବଦରେ ସ୍ପଷ୍ଟ କରିିଛନ୍ତି । ମୃତକ ଦୁଇ ଜଣ ହେଲେ ଦୁରାନ ମନଦୀପ ସିପ୍ସ ତୁଫାନ ଓ ମନମୋହନ ସିପ୍ସ ମୋହନା । ଆହତ କେଶବଙ୍କୁ ସିଭିଲ ହସ୍ପିଟାଲ ତରନ ତାରନରେ ଭର୍ତ୍ତି କରାଯାଇଛି ।