ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ୩ ମାସର ଦୁଇ ଯାଅଁଳା ଶିଶୁଙ୍କ ମୃତଦେହ ଉଦ୍ଧାର

Advertisment
ଅନୁଗୁଳରେ ଚାଞ୍ଚଲ୍ୟ । କୂଅରୁ ୩ ମାସର ଦୁଇ ଯାଅଁଳା ଶିଶୁଙ୍କ ମୃତଦେହ ଉଦ୍ଧାର

କନକ ବ୍ୟୁରୋ : ଅନୁଗୁଳରେ ଚାଂଚଲ୍ୟ । କୂଅରୁ ଉଦ୍ଧାର ହୋଇଛି ୩ ମାସର ଦୁଇ ଶିଶୁର ମୃତଦେହ । ଶିଶୁ କନ୍ୟା ଓ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଅନୁଗୁଳ ବସଲା ପଂଚାୟତ ମୁଣ୍ଡାଢିପ ସାହିରେ ଏହି ଘଟଣା ଘଟିଛି । ଦୁଇଶିଶୁର ମାଆ କ୍ଷୀର ଆଣିବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି । ତେଣୁ ସଂପୃକ୍ତ ଦୁଇ ଶିଶୁଙ୍କୁ ହତ୍ୟା ପରେ କୂଅରେ ପିଙ୍ଗିଦିଆଯାଇଥିବା ସନ୍ଦେହ କରାଯାଉଛି । ପରିବାର ଲୋକ ବି ହତ୍ୟା ଅଭିଯୋଗ ଆଣିଛି । ମୃତ ଦୁଇ ଶିଶୁ ଯାଆଁଳା ବୋଲି ଜଣାପଡିଛି । ପୁଅର ନାଁ ସାଇ ହୋଇଥିବାବେଳେ ଝିଅର ନା ଶ୍ରଦ୍ଧା ବୋଲି ଜଣାପଡିଛି । ପୁଲିସ ଏଯାଏଁ ପଂହଚିପାରିନାହିଁ । ଥାନାରେ ଏ ନେଇ ଅଭିଯୋଗ ହୋଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe