କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ବିଜେପି- ବିଜେଡି ମଧ୍ୟରେ ଟୁଇଟ ୱାର ଦେଖିବାକୁ ମିଳିଛି । ବିଜେପି ଟାର୍ଗେଟ କରି ଟୁଇଟ୍ କରିିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଯାହାକୁ ନେଇ ଏବେ ଚର୍ଚ୍ଚା ବଢିଛି । ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟୁଇଟ କରି ଲେଖିଛନ୍ତି, ଆସନ୍ତା ବିଧାନସଭାରେ ହେଲିକପ୍ଟ ଉଡାଣକୁ ନେଇ ତଥ୍ୟ ରଖିବେ ଓ କୁଚକ୍ରୀ ଗୋଷ୍ଠୀଙ୍କ ମୁଖା ଖୋଲିଦେବେ ।

Advertisment

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ସମସ୍ୟା ବୁଝି ସମାଧାନ କରୁଛି, ତାହା ଦେଖି ସେମାନଙ୍କ ମୁଣ୍ଡ କାମ ଦେଉ ନାହିଁ । ସେଇଥି ପାଇଁ ଇଆଡୁ ସେଆଡୁ ବୟାନ ଦେଉଛନ୍ତି । କୁଚକ୍ରୀ ଗୋଷ୍ଠୀ ଚାହୁଁ ନଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ ବୋଲି । ସେଥିପାଇଁ ବିଭ୍ରାନ୍ତିକର ବୟାନ ଦେଉଛନ୍ତି । କିଏ ୩୦୦ କୋଟି କହୁଥିବା ବେଳେ କିଏ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କହୁଛନ୍ତି । ସେମାନଙ୍କ ବୟାନରେ ତାଳମେଳ ରହୁନାହିଁ । ପ୍ରକୃତ ଗତ ୫ବର୍ଷରେ ହେଲିକପ୍ଟର ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଟୁଇଟରେ ଲେଖିଛନ୍ତି ଟୁକୁନି ସାହୁ ।

ଆସନ୍ତା ବିଧାନସଭା ଅଧିବେଶନରେ ଏବାବଦରେ ସବୁ ତଥ୍ୟ ରଖିବି ଓ ସମସ୍ତଙ୍କ ମୁଖା ଖୋଲିଦେବି ବୋଲି ଟୁକୁନି ସାହୁ ଲେଖିଛନ୍ତି । ଏହାର ଜବାବ ଦେଇ ବିଜେପି ବିଧାୟିକା କୁସୁମ ଟେଟେ । ଟୁଇଟ୍ କରି ପରିବହନ ମନ୍ତ୍ରୀଙ୍କୁ ସେ ପ୍ରଶ୍ନ କରିିଛନ୍ତି, ଜଣେ ଓଡିଆ ଭାବରେ ରାଜ୍ୟରେ ଯେଉଁଭଳି ଶାସନ ବ୍ୟବସ୍ଥା ଚାଲିଛି ତାହା ଆପଣଙ୍କୁ ବ୍ୟଥିତ କରୁନାହିଁ କି । ସଚିବ ବଡ ନା ମନ୍ତ୍ରୀ ବଡ ଓଡିଶାରେ ଅନେକ ଦିନ ହେଲା ଏହି କଥା ଉଦବେଗର କାରଣ ସାଜିଛି । ଏବେ ଆପଣଙ୍କ ପ୍ରତିକ୍ରିୟା ପ୍ରମାଣ କଲା ଯେ ସଚିବ ବଡ । ସେହିପରି ମେ ୧୪ ଜୁନ ୨୮ରେ କେଉଁ ସରକାରୀ କାଯ ର୍୍ୟରେ ହେଲିକପ୍ଟର ବ୍ୟବହାର ହୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି କୁସୁମ ଟେଟେ ।