ବଦଳିଲେ ଟ୍ୱିଟର ସିଇଓ, ବଦଳିଲା ନିୟମ! ବିନା ଅନୁମତିରେ ୟୁଜର୍ସ କରିପାରିବେନି ଏସବୁ କାମ ।

Advertisment
ବଦଳିଲେ ଟ୍ୱିଟର ସିଇଓ, ବଦଳିଲା ନିୟମ! ବିନା ଅନୁମତିରେ ୟୁଜର୍ସ କରିପାରିବେନି ଏସବୁ କାମ ।

କନକ ବ୍ୟୁରୋ: ପରାଗ ଅଗ୍ରୱାଲ ସିଇଓ ହେବା ମାତ୍ରେ ଆକ୍ସନ ମୋଡକୁ ଆସିଛି ଟ୍ୱିଟର । ଟ୍ୱିଟର ମଙ୍ଗଳବାର ନୂଆଁ ନିୟମ ଆରମ୍ଭ କରିଛି ଯାହା ୟୁଜର୍ସଙ୍କୁ ସେମାନଙ୍କ ସହମତି ବିନା ଅନ୍ୟମାନଙ୍କ ବ୍ୟକ୍ତିଗତ ଫଟୋ କିମ୍ବା ଭିଡିଓ ସେୟାର କରିବାକୁ ବାରଣ କରିଛି। ୟୁଜର୍ସଙ୍କ ଅପିଲ କ୍ରମେ ଏବଂ ସ୍ୱଚ୍ଛତା ପାଇଁ ଟ୍ୱିଟର ନିଜ ନେଟୱାର୍କ ନୀତିକୁ କଠୋର କରିଛନ୍ତି । ନୂତନ ନିୟମ ଅନୁଯାୟୀ, ଯେଉଁମାନେ ସାର୍ବଜନୀନ ବ୍ୟକ୍ତିତ୍ୱ ବା (ପବ୍ଲିକ୍ ଫିଗର) ନୁହଁନ୍ତି ସେମାନେ ବିନା ଅନୁମତିରେ ପୋଷ୍ଟ ହୋଇଥିବା ଫଟୋ କିମ୍ବା ଭିଡିଓ ଡିଲିଟ କରିବାକୁ ଟ୍ୱିଟରକୁ ଅପିଲ କରିପାରିବେ ଯାହା ତୁରନ୍ତ କାର୍ଯ୍ୟକ୍ଷମ ହେବ । ଏହାସହ ଟ୍ୱିଟର ଉପଭୋକ୍ତାଙ୍କୁ ଅନ୍ୟ ଲୋକଙ୍କ ବ୍ୟକ୍ତିଗତ ସୂଚନା ଅଂଶୀଦାର ସେୟାର କରିବାକୁ ନିଷେଧ କରିଛି, ଯେପରିକି ସେମାନଙ୍କର ଠିକଣା କିମ୍ୱା, ପରିଚୟ ଡକ୍ୟୁମେଣ୍ଟ, ଅଣ-ସାର୍ବଜନୀନ ସମ୍ପର୍କ ସୂଚନା, ଆର୍ଥିକ ସୂଚନା, କିମ୍ୱା ଡାକ୍ତରୀ ଡାଟା ।

ବର୍ତ୍ତମାନ ପର୍ୟ୍ୟନ୍ତ, ଉପଭୋକ୍ତାମାନେ ବିନା ଅନୁମତିରେ ଅନ୍ୟ ଉପଭୋକ୍ତାଙ୍କ ଫଟୋ ଏବଂ ଭିଡିଓ ପ୍ରେରଣ କରୁଥିଲେ, ଯାହାକୁ ନେଇ ଅନେକ ସମୟରେ ବିବାଦ ସୃଷ୍ଟି ହେଉଥିଲା । କମ୍ପାନୀର ନିଷ୍ପତ୍ତି କାହାରି ବ୍ୟକ୍ତିତ୍ୱ ବିରୋଧୀ ନୀତିକୁ ଆହୁରି ମଜବୁତ କରିବା ସହ ମହିଳା ଉପଭୋକ୍ତାଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି ।।

ଟ୍ୱିଟରର ସହ-ପ୍ରତିଷ୍ଠାତା ଜ୍ୟାକ୍ ଡୋର୍ସି କମ୍ପାନୀ ଛାଡିବା ପରେ ଓ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲ ଏହାର ନୂଆ ସିଇଓ ଭାବେ ଯୋଗ ଦେବା ପରେ ଟ୍ୱିଟରର ଏପରି ପଦକ୍ଷେପକୁ ପ୍ରଶଂସା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe