କଫି, ଟି-ସାର୍ଟ ସହ ବ୍ଲୁ ଟିକର ତୁଳନା। ୮ ଡଲାର ଦରକୁ ନେଇ ଏଲନ ମସ୍କଙ୍କ ଅଜବଗଜବ ତର୍କ!

କଫି, ଟି-ସାର୍ଟ ସହ ବ୍ଲୁ ଟିକର ତୁଳନା। ୮ ଡଲାର ଦରକୁ ନେଇ ଏଲନ ମସ୍କଙ୍କ ଅଜବଗଜବ ତର୍କ!

କନକ ବ୍ୟୁରୋ: ଟ୍ୱିଟରର ନୂଆ ମାଲିକ ମସ୍କ ବ୍ଲୁ ଟିକ୍ ଉପରେ ଚାର୍ଜ ନେଇ ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ବିଷମ ସ୍ଥିତି ଦେଖାଦେଇଛି । ୟୁଜର୍ସ ଏହାକୁ ନେଇ ମିମ୍ସ କରିଚାଲିଛନ୍ତି । ତେବେ ବର୍ତ୍ତମାନ ମସ୍କ ଏହି ମାମଲାରେ ଖୋଲାଖୋଲି କପଡା ଏବଂ କଫି ଭଳି ଜିନିଷର ଉଦାହରଣ ଦେଇ ତର୍କ ଦେଉଛନ୍ତି । ନିଜର ଆଧିକାରିକ ଟ୍ୱିଟ ହାଣ୍ଡେଲରେ ଗୋଟିଏ ପରେ ଗୋଟିଏ ଟ୍ୱିଟ୍ କରିବା ସହ ବିଭିନ୍ନ ସାମଗ୍ରୀ ସହ ବ୍ଲୁ ଟିକର ତୁଳନା କରିଛନ୍ତି ।

ଟ୍ୱିଟରର କମାଣ ନିଜ ହାତକୁ ନିବେ ପରେ ଏଲନ ମସ୍କ ରକେଟ ଠାରୁ ଦ୍ରୁତ ଗତିରେ ବିଭିନ୍ନ ନିଷ୍ପତ୍ତି ନେଇଚାଲିଛନ୍ତି । ଗୋଟିଏ ପଟେ ଯେଉଁଠି କମ୍ପାନୀର ଶୀର୍ଷ ଅଧିକାରୀଙ୍କୁ ବାହରର ରାସ୍ତା ଦେଖାଯାଉଛି ଅନ୍ୟପଟେ ହଜାର ହଜାର ଟ୍ୱିଟର ଆକାଉଣ୍ଟକୁ ସସପେଣ୍ଡ କରାଯାଉଛି । ବର୍ତ୍ତମାନ ଟ୍ୱିଟର ବ୍ଲୁ ଟିକ ଉପରେ ୮ ଡଲାର ଚାର୍ଜ ଘୋଷଣା ପରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ମସ୍କ ଏହି ଦରକୁ କଫିର ଦର ସହ ତୁଳନା କରି ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ଦର୍ଶାଯାଇଛି କଫି ପିଇବାରେ ମାତ୍ର ୩୦ ମିନିଟରେ ୮ ଡଲାର ଖର୍ତ୍ତ ହେଉଛି । ଯେତେବେଳେ କି ଏହି ୮ ଡଲାରରେ ଆପଣ ପୂରା ମାସ ବ୍ଲୁ ଟିକକୁ କିଣିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe