କନକ ବ୍ୟୁରୋ: ଟ୍ୱିଟର ଡିଲ ଅଟକିଛି । ଅଧିଗ୍ରହଣକୁ ନେଇ ଏଲନ ମସ୍କ ବଡ ଘୋଷଣା କରିଛନ୍ତି । ଟ୍ୱିଟର ଏବଂ ଏଲନ ମସ୍କଙ୍କ ମଧ୍ୟରେ ଡିଲ ଅଟକିଛି । ମସ୍କ ଏହି ଡିଲକୁ ବର୍ତ୍ତମାନ ପାଇଁ ସ୍ଥଗିତ କରିଛନ୍ତି । ତେବେ ଡିଲକୁ ସବୁଦିନ ପାଇଁ ରୋକାଯାଇନାହିଁ । କିଛି ଅବଧି ପାଇଁ ଏହାକୁ ରୋକିଛନ୍ତି ମସ୍କ । ମସ୍କ ଏହି ଡିଲକୁ ଅଟକାଇବାର କାରଣ ସ୍ପାମ ବୋଲି କହିଛନ୍ତି । ଗତ ମାସରେ ମସ୍କ ୪୪ ଆରବ ଡଲାରରେ ଟ୍ୱିଟରକୁ କିଣିବା ପାଇଁ ଡିଲ କରିଥିଲେ ।

Advertisment

ଟ୍ୱିଟ କରି ସେ ଲେଖିଛନ୍ତି କିଛି ସମୟ ପାଇଁ ଟ୍ୱିଟର ଡିଲକୁ ରୋକାଯାଇଛି । ଟ୍ୱିଟର ଗୋଟିଏ ଫାଇଲିଙ୍ଗରେ ସୂଚନା ଦେଇଛି । ଗୋଟିଏ ପ୍ଲାଟଫର୍ମରେ ୫ ପ୍ରତିଶତ ସ୍ପାମ ବା ଫେକ ଆକାଉଣ୍ଟ ରହିଛି । ଏହି ସୋସିଆଲ ମିଡିଆ ଆକାଉଣ୍ଟରେ ୨୨.୯ କୋଟି ୟୁଜର୍ସ ରହିଛନ୍ତି ।