କନକ ବ୍ୟୁରୋ : ଏଲନ ମସ୍କଙ୍କ ମାଲିକାନାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଯିବା ପରେ ବଡ ଧରଣର ଅଦଳବଦଳ ହେବାରେ ଲାଗିଛି । ପ୍ରଥମେ କମ୍ପାନୀ ତରଫରୁ ଅନେକ କର୍ମଚାରୀଙ୍କୁ ଛଟେଇ କରିବା ପରେ ଏବେ କିଛି କର୍ମଚାରୀ ଇଚ୍ଛାକୃତ ଭାବେ କମ୍ପାନୀରୁ ଇସ୍ତଫା ଦେବାରେ ଲାଗିଛନ୍ତି । ଏହା ଫଳରେ ଟ୍ୱିଟର ବିଭିନ୍ନ କାର୍ଯ୍ୟାଳୟରେ ତାଲା ପଡିଛି ।

Advertisment

ସୂଚନା ମୁତାବକ ବୁଧବାର ଦିନ କମ୍ପାନୀର ମାଲିକ ଏଲନ ମସ୍କ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ କି କମ୍ପାନୀର କଠିନ କାମକୁ ଆପଣାଇ ନିଅନ୍ତୁ ନଚେତ କମ୍ପାନୀରୁ ଇସ୍ତଫା ଦେଇଦିଅନ୍ତୁ । ମସ୍କଙ୍କ ଏଭଳି ଆହ୍ୱାନ ପରେ ଏବେ କମ୍ପାନୀରୁ ହଜାର ହଜାର କର୍ମଚାରୀ ଇସ୍ତଫା ଦେବାରେ ଲାଗିଛନ୍ତି । ମସ୍କଙ୍କ ବିକଳ୍ପ ଓ କର୍ମଚାରୀଙ୍କ ବଡଧରଣର ଇସ୍ତଫା ଫଳରେ ଏବେ ଟ୍ୱିଟର ପାଇଁ ଅଡୁଆ ବଢିବାରେ ଲାଗିଛି । କିଛି ସୂତ୍ର ସୂଚନା ମୁତାବକ ଏବେ ଟ୍ୱିଟରର ବିଭିନ୍ନ କାର୍ଯ୍ୟାଳୟରେ ତାଲା ପଡିଛି ।

ବ୍ଲୁମବର୍ଗର ରିପୋର୍ଟ ମୁତାବକ କର୍ମଚାରୀଙ୍କ ଇସ୍ତଫା ପରେ ସୋମବାର ପର୍ଯ୍ୟନ୍ତ କମ୍ପାନୀର କାର୍ଯ୍ୟାଳୟରେ ତାଲା ପଡିଛି । ସେପଟେ କର୍ମଚାରୀଙ୍କୁ ଇସ୍ତଫା ଦେବାରୁ ନିବୃତ ରହିବାକୁ ଏଲନ ମସ୍କ ଚେଷ୍ଟା କରିଛନ୍ତି ।