କନକ ବ୍ୟୁରୋ: ଟ୍ୱିଟର, ଆମାଜନ, ମାଇକ୍ରୋସଫ୍ଟ ଭଳି ବଡ ବଡ କମ୍ପାନୀ ପରେ ଏବେ ଛଟେଇ କରିବ ଲାପଟପ କମ୍ପାନୀ ଡେଲ । ଡେଲ ଟେକ୍ନୋଲୋଜି କମ୍ପାନୀ ପ୍ରାୟ ୬ ହଜାର ୬୫୦ କର୍ମଚାରୀଙ୍କୁ ଛଟେଇ କରିବା ନେଇ ସୋମବାର ରିପୋର୍ଟ ପ୍ରକାଶ କରିଛି ବ୍ଲୁମବର୍ଗ । ଡେଲ କମ୍ପାନୀର ଲାପଟପର ଚାହିଦା କମୁଥିବାରୁ କମ୍ପାନୀ ୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତିି ନେଇଛି ।
ବଜାର ସ୍ଥିତିକୁ ନେଇ କମ୍ପାନୀରେ ଭବିଷ୍ୟତ ଏବେ ଅନିଶ୍ଚିତତା ଦେଇ ଗତି କରୁଛି । ତେଣୁ କିଛି କର୍ମଚାରୀଙ୍କୁ ଛଟେଇ କରି ଖର୍ଚ୍ଚ କମାଇବାକୁ ଲକ୍ଷ ରଖିଛି କମ୍ପାନୀ । ବଜାର ଚାହିଦା କମୁଥିବାରୁ ବିଶ୍ୱର ବଡ ବଡ କମ୍ପାନୀମାନେ ହଜାର ହଜାର ଛଟେଇ କରୁଛନ୍ତି । ଯେଉଁଥି ପାଇଁ ଅନେକ ଭାରତୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ ଏବଂ କରୋନା ମହାମାରୀ ଯୋଗୁ ବିଶ୍ୱ ବଜାରରେ ଏଭଳି ସ୍ଥିିତିି ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/Dell-layoffs.jpg)