କନକ ବ୍ୟୁରୋ: ସାନଭାଇକୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲା ବଡ ଭାଇ । ସାଙ୍ଗର ମୃତଦେହ ଦେଖି ଦେବାରୁ ସାଙ୍ଗକୁ ମାରିଦେଲେ ସୁପାରି କିଲର । ବାଲେଶ୍ୱରର ନିଳଗିରି ଅଂଚଳରେ ଘଟିଛି ସେମିିତି ଏକ ଜଘନ୍ୟ ହତ୍ୟାକାଣ୍ଡ । ଦୁଇ ଜଣ ଯୁବକଙ୍କୁ ମାରି ପାଣିରେ ଫିଙ୍ଗି ଦେଇଥିଲେ ସୁପାରି କିଲର । ୫ ଦିନ ତଳୁ ନିଖୋଜ ଥିବା ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରିବା ସହ ଆଜି ୬ ଜଣଙ୍କୁ ଅଟକ ରଖିଛି ନିଳଗିରି ପୁଲିସ । ଅଟକ ବ୍ୟକ୍ତିଙ୍କ ଭିତରେ ଅଛନ୍ତି ମୃତ ଯୁବକଙ୍କ ବଡ ଭାଇ ଓ ଭାଉଜ ।

ସୂଚନା ଅନୁସାରେ, ନୀଳଗିରି ଥାନା ଅନ୍ତର୍ଗତ କାଂଶ ଗାଁର ୨୧ ବର୍ଷିୟ ଭାବନୀ ଶଙ୍କର ରାଉତ ଓ ୨୨ ବର୍ଷିୟ ମନୋରଂଜନ ମହାପାତ୍ର ଗତ ୫ ତାରିଖରୁ ନିଖୋଜ ଥିଲେ । ଆଜି ସେମାନଙ୍କ ମୃତଦେହ ନୀଳହ୍ରଦରୁ ଉଦ୍ଧାର କରାଯାଇଛି । ମୃତଦେହ ମିଳିବା ପରେ ଏହି ହତ୍ୟାକାଣ୍ଡ ପଛରେ ଥିବା ଏକ ଲୋମଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି । ଯୋଜନାବଦ୍ଧ ଭାବେ ଅନର କିଲିଂ କରାଯାଇଥିବା ପୁଲିସ ସନ୍ଦେହ କରୁଛି । ସାନ ଭାଇକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା ବଡ ଭାଇ, ସୁପାରି ଦେଇଥିଲା । ପୁରା ପ୍ଲାନ ଅନୁସାରେ ସାନ ଭାଇ ଭବାନୀ ଓ ତା’ ସାଙ୍ଗକୁ ନେଇ ବୁଲିବାକୁ ଯାଇଥିଲେ । ସେଠାରେ ଯୋଜନାବଦ୍ଧ ଭାବେ ପ୍ରଥମେ ଭାବନୀଙ୍କୁ ହତ୍ୟା କରିଥିଲେ ସୁପାରି କିଲର । ଭାବନୀଙ୍କ ମୃତଦେହ ଦେଖି ଦେବାରୁ ତାଙ୍କ ସାଙ୍ଗକୁ ବି ମାରି ପାଣିଙ୍କୁ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ ।

ତେବେ ଆଜି ଦିନ ସାଢେ ୨ଟା ବେଳେ ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସୂଚନା ମିଳିଛି ।ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ସାଇଂଟିଫିକ୍ ଟିମ୍ ତଦନ୍ତ କରୁଛି । ତେବେ ସାମ୍ବାଦିକ ସମ୍ମିଳନୀ ପରେ ସଂପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ।