ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ନୂଆ ମୋଡ । ଏନସିବି ଅଧିକାରୀଙ୍କ ମଧ୍ୟରେ ଟଙ୍କା ଡିଲ ଅଭିଯୋଗ ।

Advertisment
ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ନୂଆ ମୋଡ । ଏନସିବି ଅଧିକାରୀଙ୍କ ମଧ୍ୟରେ ଟଙ୍କା ଡିଲ ଅଭିଯୋଗ ।

କନକ ବ୍ୟୁରୋ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ନୂଆ ମୋଡ ଦେଖାଦେଇଛି । ଏହି ମାମଲାରେ ପ୍ରଥମ ସାକ୍ଷୀ ହୋଇଥିବା ବ୍ୟକ୍ତିଙ୍କ ବୟାନ ଏକ ବଡ ଖୁଲାସା କରିଛି । ତା ପୁଣି ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ( ଏନସିବି ) ଅଧିକାରୀଙ୍କ ବିରୋଧରେ । ଏନସିବି ଅଧିକାରୀ ଓ ଗୁଇନ୍ଦାଙ୍କ ମଧ୍ୟରେ ଏହି ମାମଲାରେ ବିପୁଳ ମାତ୍ରାର ଟଙ୍କା ଡିଲ ହୋଇଥିବା ଅଭିଯୋଗ ଆସିଛି । କେବଳ ଏତିକି ନୁହେଁ ସାକ୍ଷୀଙ୍କ ଠାରୁ ଏକାଧିକ ବ୍ଳାଙ୍କ ପେପରରେ ହସ୍ତାକ୍ଷର ନିଆଯାଇଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ବିଷୟରେ ଜାଣିଲେ ବି ଆଶ୍ଚର୍ଯ୍ୟ ହେବେ । ବ୍ୟକ୍ତି ଜଣକ ହେଉଛନ୍ତି ଏହି ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ଡାଇରେକ୍ଟର ସମୀରଙ୍କ ୱାଙ୍ଖଡେଙ୍କ ସହଯୋଗୀ ତଥା ପ୍ରାଇଭେଟ୍ ଗୁଇନ୍ଦା ଡିଟେକ୍ଟିଭ୍ କେପି ଗୋସାବିଙ୍କ ବଡିଗାର୍ଡ ପ୍ରଭାକର ସୈଲ । କେପି ଗୋସାବି ହେଉଛନ୍ତି ସେହି ବ୍ୟକ୍ତି ଯାହାଙ୍କ ଫଟୋ ଆରୟନଙ୍କ ସହ ଭାଇରାଲ ହୋଇଥିଲା । publive-image

ପ୍ରଭାକର ସୈଲଙ୍କ କହିବା ମୁତାବକ, ସେ ଏନସିବି ଅଫିସରେ ଥିବାବେଳେ କେପି ଗୋସାବି ଏବଂ ସୈମ୍ ଡିସୁଜା ନାମକ କୌଣସି ବ୍ୟକ୍ତିଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିଲା । ଏଥିରେ ଦୁହିଁଙ୍କ ମଧ୍ୟରେ ୧୮ କୋଟି ଟଙ୍କାକୁ ନେଇ ଡିଲ ହୋଇଥିଲା । ଏଥିରୁ ୮ କୋଟି ଟଙ୍କା ସମୀର ୱାଙ୍ଖଡେଙ୍କୁ ଦିଆଯିବାର ଥିଲା । ସୈଲ ଏହା ମଧ୍ୟ କହିଛନ୍ତି ଯେ, କେପି ଗୋସାବିଙ୍କ ଠାରୁ ଟଙ୍କା ନେଇ ଡିସୁଜାଙ୍କ ପାଖରେ ସେ ହିଁ ପହଞ୍ଚାଇଥିଲେ । ଏସବୁ ମନ୍ତବ୍ୟକୁ ନେଇ ସେ ଏକ ହଲପନାମା ଜାରି କରିଛନ୍ତି । ଏବେ କେପି ଗୋସାବିଙ୍କ ଜୀବନକୁ ବିପଦ ଥିବାବେଳେ ସେ ନିଖୋଜ ଥିବା ମଧ୍ୟ କହିଛନ୍ତି ପ୍ରଭାକର ସୈଲ ।

ଅନ୍ୟପଟେ ଏସବୁ ଅଭିଯୋଗ ଭିତ୍ତିହୀନ ବୋଲି ଏନସିବି ପକ୍ଷରୁ କୁହାଯାଇଛି । ଏନସିବି ଅଫିସରେ ସିସିଟିଭି ଫୁଟେଜରେ ସବୁ ଚିତ୍ର କଏଦ ଅଛି । ତେଣୁ ଏସବୁ ଅଭିଯୋଗର ପ୍ରମାଣ ସେଥିରେ ଅଛି କି ନାହିଁ ଯାଞ୍ଚ କରାଯାଉ । ଏନସିବି ଭଳି ଏକ ନୀରପେକ୍ଷ ବିଭାଗକୁ ବଦନାମ କରିବାକୁ ଏହା ଏକ ଚାଲ ।ଏହା ପୂର୍ବରୁ ବି ବଲିଉଡରୁ ଆରମ୍ଭ କରି ନେତା ମନ୍ତ୍ରୀଙ୍କ ସ୍ତରରେ ଏନସିବିକୁ ନିନ୍ଦା କରାଯାଇ ଅନେକ ଅସମ୍ଭବ ଅଭିଯୋଗ ଆସିଛି ବୋଲି ଏନସିବି ଅଧିକାରୀ ସମୀର ୱାଙ୍ଖଡେ କହିଛନ୍ତି । ତେବେ ପ୍ରଭାକର ସୈଲଙ୍କ ହଲପନାମାକୁ ଏନଡିପିଏସ୍ କୋର୍ଟରେ ପହଞ୍ଚାଯିବ । ସେଠାରେ ଏନସିବି ମଧ୍ୟ ନିଜର ପ୍ରତିକ୍ରିୟା ରଖିବ ବୋଲି ସୂଚନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe