କନକ ବ୍ୟୁରୋ: କଲେଜ ଛାତ୍ରୀଙ୍କୁ ଘରେ ପଶି ହତ୍ୟା ଘଟଣାରେ ପୋଲିସ ହାତରେ ଲାଗିଛି ବଡ ସୁରାକ୍ । ଏକତରଫା ପ୍ରେମ ନୁହଁ, ଏହା ପଛରେ ରହିଛି ଭାଉଜଙ୍କ ହାତ । ନଣନ୍ଦର ତଂଟି କାଟିଛି ଭାଉଜ । ସାଇଁଟିଫିକ୍ ଟିମ୍ ସହିତ ଖୋର୍ଧା ପୋଲିସର ତଦନ୍ତ ଆଗେଇବା ପରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ପଚରାଉଚରାରେ ପୋଲିସ ନିକଟରେ ନିଜେ ମୃତ ଛାତ୍ରୀଙ୍କ ଭାଉଜ ହତ୍ୟା କରିଥିବା ସ୍ୱୀକାର କରିଥିବା ଖୋର୍ଧା ଏସପି ସୂଚନା ଦେଇଛନ୍ତି ।

Advertisment

ଏହି ହତ୍ୟା ଘଟଣାରେ ବ୍ୟବହାର ହୋଇଥିବା ଛୁରୀକୁ ପୋଲିସ ଜବତ କରିଛି । ବାଲୁଗାଁ କଲେଜରେ ଯୁକ୍ତ ୨ ପଢ଼ୁଥିବା ଛାତ୍ରୀ ଜଣକୁ ଗତକାଲି ସଂଧ୍ୟାରେ ପାଠ ପଢ଼ୁଥିବା ବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା ଭାଉଜ । ଏହି କାଣ୍ଡକୁ ଝିଅର ପ୍ରେମିକ କରିଛି ବୋଲି ରୂପ ଦେବାକୁ ଚେଷ୍ଟା କରିଥିଲେ । ତେବେ ଖୋର୍ଧା ପୋଲିସ ଓ ସାଇଂଟିଫିକ୍ ଟିମ୍ ପହଁଚି ତଦନ୍ତ କରିବା ପରେ ପୁରା ସତ ପଦାକୁ ଆସିଛି ।