କୁନି ବୟସରେ କମାଲ୍...ତୃତୀୟ ଶ୍ରେଣୀରେ ପାଠପଢୁଥିବା ଯାଆଁଳା ଭଉଣୀଙ୍କ ପ୍ରତିଭା ଦେଖି ଚଳିକ ହେବେ ଆପଣ...ସଙ୍ଗୀତ ହେଉ କି ଶ୍ଳୋକ ଗୋଟିଏ ସ୍ୱରରେ ଗୋଟିଏ ତାଳରେ ଅନର୍ଗଳ ଗାଉଛନ୍ତି ଦୁଇ ଭଉଣୀ

Advertisment
କୁନି ବୟସରେ କମାଲ୍...ତୃତୀୟ ଶ୍ରେଣୀରେ ପାଠପଢୁଥିବା ଯାଆଁଳା ଭଉଣୀଙ୍କ ପ୍ରତିଭା ଦେଖି ଚଳିକ ହେବେ ଆପଣ...ସଙ୍ଗୀତ ହେଉ କି ଶ୍ଳୋକ ଗୋଟିଏ ସ୍ୱରରେ ଗୋଟିଏ ତାଳରେ ଅନର୍ଗଳ ଗାଉଛନ୍ତି ଦୁଇ ଭଉଣୀ

କନକ ବ୍ୟୁରୋ: ଦେଶାତ୍ମକ ସଙ୍ଗୀତ ହେଉ କି ଗୀତାର ଶ୍ଳୋକ...ଗୋଟିଏ ସ୍ୱରରେ ଗୋଟିଏ ତାଳରେ ବେଧଡ଼କ ଗାଉଛନ୍ତି ୨ ଯାଆଁଳା ଭଉଣୀ ଉପାସନା ଓ ଅରାଧନା । ବୟସ ଛୋଟ ହେଲେ ମଧ୍ୟ ବିନା କୌଣସି ପ୍ରଶିକ୍ଷଣରେ ମୋବାଇଲରୁ ଗୀତ ଶିଖି ଅତି ସୁନ୍ଦର କଣ୍ଠରେ ଗୀତ ଗାଉଛନ୍ତି ଏହି ଦୁଇ ଭଉଣୀ । ଆଉ ଦୁଇ ଭଉଣୀଙ୍କ ଗୀତ ଏବେ ସୋସିଆଲ ମିଡ଼ିଆରେ ବେଶ୍  ଭାଇରାଲ ହେବାରେ ଲାଗିଛି ।

publive-image

କଥାରେ ଅଛି, ପ୍ରତିଭା କେବେ ଲୁଚି ରହେନା । ପ୍ରତିବନ୍ଧକ ହୁଏତ ତାର ଗତିରୋଧ କରିପାରେ କିନ୍ତୁ ସାତ ତାଳ ପଙ୍କ ତଳୁ ଯେମିତି ଫଦ୍ମ ଫୁଟିଥାଏ ଠିକ୍ ସେମିତି ପ୍ରତିଭା ପ୍ରସ୍ପୁଟିତ ହୁଏ । ଏଭଳି କିଛି ଦେଖିବାକୁ ମିଳିଛି ଜୟପୁର ସହରର ପାୱାର ହାଉସ କଲୋନୀରେ ରହୁଥିବା ଦୁଇ ଯାଆଁଳା ଭଉଣୀଙ୍କ କ୍ଷେତ୍ରରେ ।  ଏମାନଙ୍କ ମଧ୍ୟରୁ କିଏ ଉପାସନା କିଏ ଆରାଧନା ଚିହ୍ନିବା କଷ୍ଟକର, ହେଲେ ମାତ୍ର ୭ବର୍ଷ ବୟସରେ ନିଜର ସଙ୍ଗୀତ  ଓ ନାଚ ମାଧ୍ୟମରେ ବଡ଼ ବଡ଼ିଆଙ୍କୁ ପଛରେ ପକାଇ ଦେଉଛନ୍ତି । ଏ ଦୁହିଁଙ୍କର ଦେଶ ଭକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।  ତେବେ ବିନା ପ୍ରଶିକ୍ଷଣରେ ଏତେ ସୁନ୍ଦର ସଙ୍ଗୀତ ପରିବେଷଣ କରିପାରୁଥିବାରୁ ଏମାନଙ୍କୁ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ।

publive-image

ପିଲାଟି ଦିନରୁ ଏମାନେ ଯାହା ଶୁଣୁଥିଲେ ତାକୁ ଗୁଣୁ ଗୁଣାଉଥିଲେ ଆଉ ଆଜି ସେହି ଗୁଣୁ ଗୁଣୁ ଏବେ ଦେଶଭକ୍ତିରେ ପରିଣତ ହୋଇଛି । ତେବେ ଘରେ ବାପା ମ।।ଆ ଶିକ୍ଷକତା କରୁଥିବା ବେଳେ ଝିଅଙ୍କ ଏଭଳି ଭକ୍ତିଭାବନାକୁ ଦେଖି ଏବେ ସହଯୋଗ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe